ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଂଜାମ ଜିଲ୍ଲା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ , ଦିନିକିଆ ଗସ୍ତ ଅବସରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଭଂଜନଗର ବ୍ଳକ ଅନ୍ତର୍ଗତ ବାହାଡାପଦର, ବଡକୋଦଣ୍ଡା, ଭଂଜନଗର ଠାକୁରାଣୀ ମନ୍ଦିର ପରିସର, ସାନକୋଦଣ୍ଡା, ଏବଂ ବାଉଁଶଲୁଣ୍ଡି ପଞ୍ଚାୟତ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଶ୍ରୀ ଆରୁଖ । ସମୁଦାୟ କାର୍ଯ୍ୟକ୍ରମରେ ରାସନ୍ କାର୍ଡ ହିତାଧିକାରୀଙ୍କୁ “ଜୀବିକା ସହାୟତା ରାଶି” ସହ ବ୍ୟାଗ୍ ପ୍ରଦାନ କରିଥିଲେ । ଏହାସହ ଗ୍ରାମକଣ୍ଟ ପଟ୍ଟା ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଲଙ୍କୁ ଦିଆଯାଉଥିବା ସହାୟତା ଏବଂ ନ୍ୟାର୍ଯ୍ୟ ଅଧିକାର , ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି, ମନ୍ତ୍ରୀ ଶ୍ରୀ ଆରୁଖ ନିଜ ଅଭିଭାଷଣରେ କହିଥିଲେ ।