ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦୁର୍ଗମ ଅଞ୍ଚଳରେ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ୩୮ଗୋଟି ଗୋଷ୍ଠୀଗତ, ୩୧ ଗୋଟି ବ୍ୟକ୍ତିଗତ ସମସ୍ୟାର ଅଭିଯୋଗ ଶୁଣାଣି କରି ତୋରିତ ସମାଧାନ କଲେ ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ଅନୁଗୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ବ୍ଲକର ମୂଖ୍ୟତଃ ଅନୁଗୁର, କିରାମା, ଉଦୟପୁର, ସମ୍ବଲପୁର ଗ୍ରାମ ପଞ୍ଚାୟତର ସମସ୍ୟାର ସମାଧାନ ନିମନ୍ତେ ଏହି ଶିବିର ଅନୁଷ୍ଟିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ (ଏଡିଏମ୍ ) ବିରେନ୍ଦ୍ର କୁମାର ଦାସ ସହ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ବ୍ଲକ ଉପାଧ୍ୟକ୍ଷ ନିହିମିୟା ରଇତ, ବିଡିଓ ଲୋକନାଥ ଶବର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ସ୍ଥାନୀୟ ସରପଞ୍ଚ ନମିତା ଦଳବେହେରା ଉପସ୍ଥିତ ରହି ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ କରିଛନ୍ତି। ବ୍ଲକର ମୋଟ ୬୯ଟି ଅଭିଯୋଗ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୩୮ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୩୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିଲା। ଏଥି ମଧ୍ୟରୁ ୨୬ ଗୋଟି ସମସ୍ୟାର ତତକ୍ଷଣ ଶୁଣାଣି କରି ସମାଧାନ କରିବା ସହ ଅସୁସ୍ଥ ଥିବା ଜଣକୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଜିଲ୍ଲା ପ୍ରଶାସନ ।
ତତସହ ତହସିଲ ପ୍ରଶାସନ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ୯୯ ଗୋଟି ଏଫଆରଏ ଓ ସୋ ମୋଟ ପଟା ବଣ୍ଟନ କରାଯାଇଥିଲା। ଏହି ଜନ ଶୁଣାଣିରେ ମୁଖ୍ୟତଃ ବ୍ଲକର ନଦୀମୁଠା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଠିଆ କରାଯାଇଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଏବଂ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳରେ ଲାଗିରହିଥିବା ରାସ୍ତା,ପାନୀୟ ଜଳ ଭଳି ସମସ୍ୟା ରହିଥିଲା। ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ପଞ୍ଚାୟତ ସମିତିର ସମସ୍ତ ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମ ସହଯୋଗ କରିଥିଲେ l