ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ ୨୮୫ ଟି ପୋଲିସ ଯାନ ର ଲୋକାର୍ପଣ

0

ସାରା ରାଜ୍ୟର ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ହେବା ପାଇଁ ୨୮୫ ଟି ପୋଲିସ ଯାନ ର ଲୋକାର୍ପଣ ହୋଇଛି। ଏଥିରେ ୭୧ ଟି ଚାରିଚକିଆ , ୧୨୦ ଟି ସ୍କୁଟି, ୯୪ଟି ମୋଟର ସାଇକେଲ ରହିଛି। ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ କଟକ ଓଏମପି ଷଷ୍ଠବାଟାଲିୟନ ପରିସରରେ ଏହାକୁ ଲୋକାର୍ପଣ କରିଛନ୍ତି। ଏହି ଉତ୍ସବ ରେ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସାରା ରାଜ୍ଯ ରେ ଆଇନଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହେବ ଏହି ସମସ୍ତ ଯାନ। ଏଥି ପାଇଁ ରାଜ୍ୟସରକାର ୩୨ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ନିର୍ଭୟା ପାଣ୍ଠୀରୁ ୮ କୋଟି ଖର୍ଚ୍ଚକରାଯାଇଛି। ଏହା ଦ୍ବାରା ଆଇନଶୃଙ୍ଖଳାରେ ସୁଧାର ଆସିବା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇପାରିବ।

LEAVE A REPLY

Please enter your comment!
Please enter your name here