ନିଜେ ମରିବା ପୂର୍ବରୁ ଦୁଇ ଜଣଙ୍କୁ ଦେଇଦେଲେ ନୂଆ ଜୀବନ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଖି ବୁଜିବା ଆଗରୁ କଲେ କିଡ଼ନୀ ଡୋନେଟ, ୧୮ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ଦୁଇଟି କିଡ଼ନୀ ଡୋନେଟ କରିଛନ୍ତି ପରିବାର ବର୍ଗ । କଟକ ଏସସିବି ମେଡ଼ିକାଲରେ ହେଲା କାର୍ଯ୍ୟ ସମ୍ପନ୍ନ । ତେବେ ମୃତ ଛାତ୍ର ଜଣକ ହେଲେ ଶ୍ରୀ ଓମଶିବୁ, କେନ୍ଦ୍ରାପଡା କଲେଜରେ ପାଠ ପଢୁଥିଲେ । ପୂର୍ବରୁ ବ୍ରେନ ଟ୍ୟୁମରରେ ପୀଡିତ ଥିଲେ,କିନ୍ତୁ ଆଖି ବୁଜିବା ଆଗରୁ ଆଉ ଦୁଇ ଜଣଙ୍କୁ ଜୀବନଦାନ କରିଯାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳର କଲେଜ ଛାତ୍ର ଶିବୁ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳୁ ତାଙ୍କର ବ୍ରେନ ଡେଡ୍ ହୋଇ ସାରିଥିଲା ଏବଂ ଆଜି ସକାଳୁ ସେ ଚିର ନୀଦ୍ରାରେ ଶୋଇଗଲେ । କିନ୍ତୁ ତା ପୂର୍ବରୁ ତାଙ୍କର ଦୁଇଟି କିଡନୀ ଦାନ କରିବାଲାଗି ପରିବାର ଲୋକେ ସମ୍ମତି ପ୍ରଦାନ କରିଥିଲେ, ଯାହା ଆଜି ସଫଳତାର ସହ ସମ୍ପର୍ଣ୍ଣ ହୋଇଛି । ମୃତ୍ୟୁ ପୂର୍ବରୁ କିଡନୀ ଡୋନେଟ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।

ଏସସିବି କର୍ତ୍ତୃପକ୍ଷ ସସମ୍ମାନେ ମୃତ ଦେହକୁ ପଟ୍ଟାମୁଣ୍ତାଇ ପଠାଇଛନ୍ତି । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ମୃତ ଛାତ୍ରଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । କେନ୍ଦ୍ରାପଡା କଲେଜରେ ପଢୁଥିବା ଶିବୁ ଜଣେ ମେଧାବୀ ଛାତ୍ର ଥିଲେ । ସ୍ବଭାବରେ ମଧ୍ୟ ଖୁବ ଶାନ୍ତ ଏବଂ ଶିଷ୍ଟ ଥିଲେ । କିନ୍ତୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିବା ପରେ ଏସସିବି ମେଡିକାଲର ନ୍ୟୁରୋ ସର୍ଜରି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା, ସାଇ ଶିବୁଙ୍କର ବ୍ରେନ ଡେଡ୍ ହୋଇ ସାରିଛି ବୋଲି ଦୁଇ ଦିନ ତଳୁ ଡାକ୍ତର ଘୋଷଣା କରିଥିଲେ । ଏପରି ଅବସ୍ଥାରେ ପରିବାର ଲୋକ କିଡନୀ ଡୋନେଟ କରିବାକୁ ଆଗ୍ରହ ଦେଖାଇଲେ । ସାଇଙ୍କର ଦୁଇଟି କିଡନୀ ଦାନ କରିବା ଲାଗି ପରିବାରରୁ ସମ୍ମତି ମିଳିବା ପରେ ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ଏକ ଡାକ୍ତରୀ ଟିମ୍ ଅପରେସନ ଆରମ୍ଭ କରିଥିଲେ । ବାହାର କରାଯାଇଥିବା ଦୁଇଟି କିଡନୀ ମଧ୍ୟରୁ ଗୋଟିଏ ଏସସିବି ମେଡିକାଲରେ ଚିକିତ୍ସତ ହେଉଥିବା ରୋଗୀଙ୍କ ଠାରେ ଲାଗିବ । ଅନ୍ୟଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here