( ବ୍ରହ୍ମପୁର);ଗତକାଲି ବିଜେଡିର ଜନସଂପର୍କ ପଦଯାତ୍ରା ସମାପ୍ତ ହୋଇଥିବା ବେଳେ ଶେଷ ଦିନରେ ଗୋପାଳପୁରରେ ନିଜର ଶକ୍ତି ଦେଖାଇଛି ବିଜେଡି । ପଦଯାତ୍ରା ସହ ବନ୍ଧୁମିଳନ ଅଳରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଚେତାଇ ଦେଇଛି ଦଳ । ଏହି ଅବସରେର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ କହିଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିକାଶ ପଥେ ଆଗେଇ ଚାଲିଛି । ଆଗକୁ କିପରି ଆହୁରି ବିକାଶ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ହେବ ବୋଲି କର୍ମୀଙ୍କୁ ଆହ୍ୱାନ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ନିଁର୍ଧେଶ କ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାଇତ୍ୱ ତୁଲାଇବେ । ଗାଁ ଗାଁ ଯାଇ ସମସ୍ୟା ବୁଝବେ । ନିର୍ବାଚନ ମଣ୍ଡଳୀର ବିଭିର୍ଣ୍ଣ ଉର୍ଣ୍ଣୟନମୂଳକ କାର୍ଯ୍ୟ ଉପରେ ଦୃଷ୍ଟି ଦେବେ । ତେବେ ଗୋପାଳପୁରର ଦାଇତ୍ୱ ମିଳିବ ପରେ ବିକ୍ରମଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି । ପ୍ରଦୀପ ବିଜେଡିରୁ ବହିସ୍କୃତ ହେବ ପରେ ଅନେକ ସମୟରେ ଦଳକୁ ଅଡୁଆରେ ପକାଉଛନ୍ତି , ଏଥର ସେ ସ୍ୱାଧୀନ କିମ୍ବା ବିଜେପି ରେ ଯୋଗ ଦେଇ ଗୋପାଳପୁର ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହାକୁ ଦାୟିତ୍ବ ଦେଇଛନ୍ତି ସେ ବ୍ୟକ୍ତିଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀ ବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ଲୋକମାନେ ବିଜେଡି ପ୍ରତି ଆଶୀର୍ବାଦ ରଖିବେ ବୋଲି ମାନସ କହିଛନ୍ତି । ହେଲେ ପ୍ରଦୀପଙ୍କ ପାଇଁ ଏଥର ନିର୍ବାଚନ ଲଢ଼ିବା ସହଜ ହେବ ନାହିଁ , ତାଙ୍କୁ ପରାଜିତ କରିବା ପାଇଁ ବିଜେଡି କଳ,ବଳ,କୌଶଳ ଲଗାଇଦେବା ବୋଲି ଆଲୋଚନା ହେଉଛି । ତେବେ ପ୍ରଦୀପଙ୍କୁ କାଉଣ୍ଟର କରିବାକୁ ବିକ୍ରମଙ୍କୁ ସେଠାରୁ ବିଜେଡି ପ୍ରାଥୀ କରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଉଛି ମାନସ ମଙ୍ଗରାଜଙ୍କ ବିକ୍ରମଙ୍କୁ ଗୋପାଳପୁରର ଦାଇତ୍ୱ ପ୍ରଦାନ କରିବା । ତା ଛଡା ବିକ୍ରମ ମଧ୍ୟ ଅନେକ ସମୟରେ ଗୋପାଳପୁରର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏମିତିକି ପ୍ରଦୀପଙ୍କୁ ବିକ୍ରମ କଡାକାଉଣ୍ଟର କରିକରିପାରିବେ ବୋଲି ତାଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଠୁ ଆଲୋଚନା ହେଲାଣି ।