ଆଜି ହେଉଛି ପବିତ୍ର ମହାଶିବରାତ୍ରି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ। ସକାଳୁ ସକାଳୁ ଶୈବପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି।ଆଜି ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ଦେବ ଦେବ ମହାଦେବଙ୍କ ମହା ଶିବରାତ୍ରୀ । ବାବା ଭୋଳାନାଥଙ୍କୁ ଉପାସନା କରି ଜାଗର ଜାଳିବେ ଶ୍ରଦ୍ଧାଳୁ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । କିଏ ତାଙ୍କୁ ମହାଦେବ ତ ଆଉ କିଏ ଶିବ ଶମ୍ଭୁ, ଭୋଳାବାବା ଏବଂ ପରମେଶ୍ବର ବୋଲି ଡାକେ । ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।

ଶିବରାତ୍ରୀ ଅବସରରେ ଆଜି ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ସମସ୍ତ ଶିବ ମନ୍ଦିର । ସକାଳୁ ସକାଳୁ ମନ୍ଦିରକୁ ଶୈବ ଭକ୍ତଙ୍କ ସମାଗମ ହୋଇଛି । ସାଙ୍ଗରେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ ପ୍ରିୟ ଦୁଦୁରା ଫୁଲ ନେଇ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । କଡ଼ା ସୁରକ୍ଷାବଳ ମଧ୍ୟରେ ସକାଳୁ ଆରମ୍ଭ ହୋଇଛି ଦର୍ଶନ । ଆଖଣ୍ଡଳମଣି ମନ୍ଦିର, ଭଦ୍ରକ ଆରଡ଼ି, କପିଳାସ ଶିବ ମନ୍ଦିର, ସୁନ୍ଦରଗଡର ବେଦବ୍ୟାସ, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ପୁରୀର ଲୋକନାଥ ମନ୍ଦିର, ଗଜପତିର ମହେନ୍ଦ୍ରଗିରି, କଟକର ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ମାତ୍ରାରେ ସମାଗମ ହୋଇଛି । ପରମ୍ପରା ଏବଂ ରୀତିନୀତି ମୁତାବକ ପୂଜାର୍ଚ୍ଚନା ଜାରି ରହିଛି । ରାତ୍ରି ସମୟରେ ମନ୍ଦିରରେ ଉଜାଗର ରହି ଜାଗର ଜାଳିବେ ଭକ୍ତ ।

LEAVE A REPLY

Please enter your comment!
Please enter your name here