ଦିଲ୍ଲୀ ଗଲେ ବବି – ପାଣ୍ଡିଆନ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :-  ବିଜେପି -ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ ଅପରାହ୍ନରେ ଦିଲ୍ଲୀ ଗସ୍ତ କରିଥିବା ବିଜେଡିର ଦୁଇ ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଉଭୟ ନେତା ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ । ଏହି ଦୁଇ ବିଜେଡି ନେତା ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଭେଟି ମେଣ୍ଟ ନେଇ ଆସନ ଭାଗବଣ୍ଟା ସ୍ପଷ୍ଟ କରିବା ପାଇଁ ଦିଲ୍ଲୀ ଯାଇଛନ୍ତି । ଗତକାଲି ଠାରୁ ରାଜ୍ୟ ବିଜେପି ନେତାମାନେ ଦିଲ୍ଲୀରେ ଡେରା ପକାଯାଇଛନ୍ତି । ଦଳର କୋର କମିଟି ବୈଠକ ଜାରି ରହିଛି ।

ମେଣ୍ଟ ଚୂଡାନ୍ତ ହେବା ନେଇ ଏହି ଦୁଇ ବିଜେଡି ନେତାଙ୍କ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ଗତକାଲି ନବୀନ ନିବାସ ବୈଠକ ପରେ ରାଜ୍ୟର ସ୍ବାର୍ଥଦୃଷ୍ଟିରୁ କୌଣସି ନିଷ୍ପତ୍ତି ନିଆଯାଇପାରେ ବୋଲି ବିଜେଡି କହିସାରିଛି । କୌଣସି ମୁହୂର୍ତ୍ତରେ ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା ସାମ୍ନାକୁ ଆସିପାରେ ।

LEAVE A REPLY

Please enter your comment!
Please enter your name here