ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି ।ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦୋହରାଇଲେ ମନମୋହନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ । ବିଜେପି କିଭଳି ସରକାର କରିବ, ସେନେଇ ଆଲୋଚନା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି ।
ଗତ କିଛିଦିନ ଧରି ରାଜ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା । ଘନ ଘନ ବୈଠକ ସହ, ବିଜେପି ଓ ବିଜେଡ଼ି ନେତାମାନେ ଦିଲ୍ଲୀ ଯାଉଥିଲେ ।ତେବେ ମେଣ୍ଟ ଚର୍ଚ୍ଚାକୁ ମନଗଢ଼ା କହି ବିରାମ ଲଗାଇଛନ୍ତି ମନମୋହନ । କହିଛନ୍ତି ସମସ୍ତ ଲୋକସଭା ଓ ବିଧାନସଭା ସିଟରେ ଏକାକୀ ଲଢ଼ିବ ଦଳ । ୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ କେବଳ ବିଜେପି ଦେବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ରାଜ୍ୟ ସଭାପତି ମନମୋହଲ ସାମଲ ।
ଗତ ୬ତାରିଖରେ ବିଜେଡି ଅଚାନକ ନିଜର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ସମ୍ଭାବ୍ୟ ମେଂଟକୁ ନେଇ ବିଚାରବିମର୍ଶ କରିଥିବାବେଳେ ବିଜେପି ନିଜର ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକାଇଥିଲା । ଗୋଟିଏ ଦିନରେ ଦୁଇଦଳର ଏଭଳି ଅଚାନକ ରାଜନୀତିକ ଗତିବିଧି ଓ ବିଜେଡିର ଦୁଇ ନେତା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବା ଘଟଣା ରାଜ୍ୟରେ ମେଂଟ ଚର୍ଚ୍ଚାକୁ ବଳ ଯୋଗାଇଥିଲା ।