ଫିରିଙ୍ଗିଆ (ବିପ୍ଲବୀ ପରିକ୍ରମା ) : କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା । ଶୁକ୍ରବାର ରାତିରେ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ମୃତଦେହ ପଡି ରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପାରି ନାହିଁ। ମୃତକ ମାନେ ହେଲେ ଲୁଇସିଂ ପଞ୍ଚାୟତ ଗୁମାନଦଣି ଗ୍ରାମର ପୂର୍ବତନ ଓ୍ବାର୍ଡ ମେମ୍ବର ଦାହିରା କହଁର ଓ ତାଙ୍କ ସ୍ତ୍ରୀ ବତାଷି। ସୂଚନା ଅନୁସାରେ, ଶୁକ୍ରବାର ରାତିରେ ସଲାଗୁଡା ପଞ୍ଚାୟତ ଗାଡିପଦର ନିକଟସ୍ଥ କାସେରୁ ଜଙ୍ଗଲ ଭିତରେ ଉଭୟଙ୍କ ଶବ ପଡିଥିବା ନେଇ ପରିବାର ଲୋକେ ସୂଚନା ପାଇଥିଲେ। ଏହାପରେ ସେମାନେ ଲୁଇସିଂ ସରପଞ୍ଚ ସୁଦର୍ଶନ କହଁରଙ୍କୁ ଖବର ଦେଇଥିଲେ। ସରପଞ୍ଚ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ। ତେବେ ଅତ୍ୟନ୍ତ ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇ ଥିବାରୁ ପୁଲିସ ସେଠାକୁ ଯାଇ ପାରି ନାହିଁ। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ମୃତଦେହ ଘଟଣା ସ୍ଥଳରେ ପଡି ରହିଛି। ଦାହିରା ୨୦୧୨ରେ ଓ୍ବାର୍ଡ ମେମ୍ବର ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ୨୦୧୭ରେ ଓ୍ବାର୍ଡ ମେମ୍ବର ରହିଥିଲେ। ତେବେ ସେମାନଙ୍କୁ କିଏ କାହିଁକି ହତ୍ୟା କରିଛି, ସେ ସମ୍ପର୍କରେ କିଛି ଜଣା ପଡିନାହିଁ। ଏହା ମାଓବାଦୀଙ୍କ କାଣ୍ଡ ବୋଲି କୁହାଯାଉଥିଲେ ମଧ୍ୟ ଘଟଣା ସ୍ଥଳରେ କୌଣସି ମାଓ ପୋଷ୍ଟର କିମ୍ବା ଲିଫଲେଟ ମିଳିନାହିଁ। ଅପରପକ୍ଷରେ ଏହା ବ୍ୟକ୍ତିଗତ ଗଣ୍ଡଗୋଳ କାରଣରୁ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ନୂଆକରି ଖୋଲିଥିବା ବଦାପାଜୁ ବିଏସଏଫ କ୍ୟାମ୍ପରୁ ମାତ୍ର ତିନି କିମି ଦୂରରେ ଏହି ଘଟଣା ଘଟିଛି। ଏ ନେଇ ସୂଚନା ମିଳିଥିବା କହିଛନ୍ତି ଗୋଚ୍ଛାପଡା ଥାନା ଅଧିକାରୀ