ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପାଞ୍ଚପିଢ଼ ଉପଖଣ୍ଡ ର ବିଭିନ୍ନ ଶୈବପୀଠ ମାନଙ୍କରେ ଆଜି ମହାଶିବରାତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଛି । କରଞ୍ଜିଆ ସହରର ଶ୍ରୀ ଶ୍ରୀ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର,ବାଉନାଶାଳ ମୁକ୍ତେଶ୍ଵର ଶିବ ମନ୍ଦିର,ସିଙ୍ଗଡେଶ୍ୱର ମହାଦେବ ମନ୍ଦିର,ବଡଦେଉଳୀ ଶିବ ମନ୍ଦିର, ରସମତଳା ସ୍ଥିତ ରସିକେଶ୍ୱର ଶିବ ମନ୍ଦିର ,ଭଅଁରା ଶିବ ମନ୍ଦିର,ମାଣିକ ଛକ ସିଦ୍ଧେଶ୍ୱର ମନ୍ଦିର,ମଙ୍ଗଳା ମହାଦେବ ମନ୍ଦିର, ବ୍ରହ୍ମେଶ୍ୱର ମହାଦେବ ମନ୍ଦିର,ଗୋଶାଳା ସ୍ଥିତ ଅଙ୍କୁରେଶ୍ୱର ମନ୍ଦିର, ବାଇପାସ୍ ଛକ ସ୍ଥିତ କୃପାଳୁ ମହାଦେବ, ସର୍ବେଶ୍ଵର ମହାଦେଵ ମନ୍ଦିର,କାଳେଶ୍ୱର ମହାଦେବ ପ୍ରଭୃତି ମନ୍ଦିର ଆଜି ସାଜସଜ୍ଜାରେ ଝଲସି ଉଠୁଛି।
ବହୁ ପୁରାତନ ଶ୍ରୀ ଶ୍ରୀ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ଭୋର ୩ ଘଟିକା ଠାରୁ ଭକ୍ତମାନଙ୍କ ପ୍ରଵଳ ଭିଡ଼ ହେବାରୁ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ପୋଲିସର ମିଳିତ ସହଯୋଗରେ କଚେରୀ ଛକ ଠାରୁ ଏନଏସି ଛକ ପର୍ଯ୍ୟନ୍ତ ବ୍ୟାରିଗେଡ୍ କରାଯାଇ ଯାନବାହନ ଚଳାଚଳ ରାତି ୧୦ ଘଟିକା ଯାଏଁ ବନ୍ଦ ରଖାଯାଇଥିଲା ।
ଏଠାରେ ଶ୍ରଦ୍ଧାଳୁ ମାନେ ସୁରୁଖୁରୁରେ ଦୀପ ଜାଳିବା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । ଏଠାରେ ଭୋର ୪ ଘଟିକା ସମୟରେ ମହାଦୀପ ଉଠିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବାମନାଶାଳ ଠାରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଠାରେ ଚଳିତ ବର୍ଷ କର୍ତ୍ତା ଭାବେ ଯୁବ ସଂଗଠକ ରୋହିତ ପୃଷ୍ଟି ଓ ତାଙ୍କ ସହ ଧର୍ମିଣୀ ତଥା ମ୍ୟୁନିସିପାଲଟି ଅଧ୍ୟକ୍ଷା ପପି ପୃଷ୍ଟି କାର୍ଯ୍ୟ ସମ୍ପାଦନ କରିଥିଲେ l