ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଆଜି ପୁଣି ଥରେ ନୂଆମୋଡ଼ ନେଇଛି ।
ମେଣ୍ଟ ଆଲୋଚନା ହୋଇନି ବୋଲି କହିଲେ ମନମୋହନ । ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଦୋହରାଇଲେ ମନମୋହନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ । ବିଜେପି କିଭଳି ସରକାର କରିବ, ସେନେଇ ଆଲୋଚନା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ଆଲୋଚନା ହୋଇଛି । ଗତ କିଛିଦିନ ଧରି ରାଜ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜାରି ରହିଥିଲା । ଘନ ଘନ ବୈଠକ ସହ, ବିଜେପି ଓ ବିଜେଡ଼ି ନେତାମାନେ ଦିଲ୍ଲୀ ଯାଉଥିଲେ ।ତେବେ ମେଣ୍ଟ ଚର୍ଚ୍ଚାକୁ ମନଗଢ଼ା କହି ବିରାମ ଲଗାଇଛନ୍ତି ମନମୋହନ । କହିଛନ୍ତି ସମସ୍ତ ଲୋକସଭା ଓ ବିଧାନସଭା ସିଟରେ ଏକାକୀ ଲଢ଼ିବ ଦଳ ।
୧୪୭ ବିଧାନସଭା ଓ ୨୧ ଲୋକସଭା ପ୍ରାର୍ଥୀ କେବଳ ବିଜେପି ଦେବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ରାଜ୍ୟ ସଭାପତି ମନମୋହଲ ସାମଲ ।ଗତ ୬ତାରିଖରେ ବିଜେଡି ଅଚାନକ ନିଜର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ସମ୍ଭାବ୍ୟ ମେଂଟକୁ ନେଇ ବିଚାରବିମର୍ଶ କରିଥିବାବେଳେ ବିଜେପି ନିଜର ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକାଇଥିଲା । ଗୋଟିଏ ଦିନରେ ଦୁଇଦଳର ଏଭଳି ଅଚାନକ ରାଜନୀତିକ ଗତିବିଧି ଓ ବିଜେଡିର ଦୁଇ ନେତା ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବା ଘଟଣା ରାଜ୍ୟରେ ମେଂଟ ଚର୍ଚ୍ଚାକୁ ବଳ ଯୋଗାଇଥିଲା ।