ବଢ଼ିଲା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଉ ମାତ୍ର କିଛି ଦିନ ପରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ l ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ କର୍ମୀ ମାନଙ୍କ ମାସିକ ବେତନ ବା ପ୍ରୋତ୍ସାହନ ରାଶି ବୃଦ୍ଧି କରିବାରେ ଲାଗିଛନ୍ତି l ତେବେ ମୁଖ୍ୟମନ୍ତ୍ରୀ ଏହି ପରିପ୍ରେକ୍ଷୀରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଭେଟି ଦେଇଛନ୍ତି ଖୁସି ଖବର । ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅକ୍ଟୋବର ୨୦୨୩ରୁ ପିଛିଲା ଭାବରେ ଏହା କାର୍ଯ୍ୟକାରୀ ହେବ ।

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ପାଇଁ ଖୁସି ଖବର । ବୃଦ୍ଧି ହେଲା ସେମାନଙ୍କ ପ୍ରୋତ୍ସାହନ ରାଶି । ଏନେଇ ଆଜି ଦିନ ଘୋଷଣା କରିଛନ୍ତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଟୋବର ୨୦୨୩ରୁ ପିଛିଲା ଭାବରେ ଏହା କାର୍ଯ୍ୟକାରୀ ହେବ । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବେ ବୋଲି ଜଣାପଡ଼ିଛି ।

ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କର ଅତୁଳନୀୟ ଅବଦାନ ରହିଛି । ଏହାକୁ ସମ୍ମାନ ଜଣାଇଛନ୍ତି ରାଜ୍ୟ ସରକାର । ଏହା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି । ମିଶନ ଶକ୍ତି ଅଧୀନରେ ୫୦୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ ଅଛନ୍ତି । MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ କରାଯିବ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ MBK, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ ୬୭୫୦ ଟଙ୍କାରୁ ୧୦୭୫୦ ଟଙ୍କା ପାଇବେ । କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩୭୫୦ ଟଙ୍କା ପରିବର୍ତ୍ତେ ୬୨୫୦ ଟଙ୍କା ପାଇବେ । CRP-CM ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ । ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର ୨୦୨୩ରୁ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟବରାଦ କରିଛନ୍ତି

LEAVE A REPLY

Please enter your comment!
Please enter your name here