(ବିପ୍ଲବୀ ପରିକ୍ରମା ବ୍ୟୁରୋ );ପାଲେଷ୍ଟାଇନ୍ ସହ ଯୁଦ୍ଧ ଭିତରେ ଲେବାନନ୍ ଉପରେ ରକେଟ୍ ମାଡ କରିଛି ଇସ୍ରାଏଲ । ଫଳରେ ଏଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜୀବନ। ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି।ଗତକାଲି ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ଦିଗରୁ ରକେଟ୍ ମାଡ ସମୟରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଅଲ୍ ଜଜିରା ଏବଂ ଏଜେନ୍ସି ଫ୍ରାନ୍ସ-ପ୍ରେସ ସମେତ ସାମ୍ବାଦିକଙ୍କ ଗୋଷ୍ଠୀ ଇସ୍ରାଏଲ ସୀମା ନିକଟ ଆଲମା ଅଲ-ଶାବ ନିକଟରେ କାମ କରୁଥିଲେ। ଏହି ସ୍ଥାନରେ ଇସ୍ରାଏଲ ସେନା ଏବଂ ଲେବାନନ୍ ମିଲିସିଆ ହିଜବୁଲ୍ହା ମଧ୍ୟରେ ସଙ୍ଘର୍ଷ ଚାଲିଥିଲା। ହଠାତ୍ ରକେଟ୍ ମାଡରେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲକୁ ଦାୟୀ କରିଛନ୍ତି। ଗତକାଲି ମଧ୍ୟ ଇସ୍ରାଏଲ ରକେର୍ଟ ମାଡରେ ହମାସ ବନ୍ଧକ ରଖିଥିବା 13 ଜଣ ଇସ୍ରାଏଲ ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା।