ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମେଣ୍ଟ କରି ପାରିବନି ପ୍ରଭାବିତ। କଂଗ୍ରେସ ତାହାର ଏକାକୀ ଲଢ଼ିଛି ଓ ଲଢ଼ିବ। ଦୁଇ ଦଳ ବିଜେଡି ଓ ବିଜେପି କେବଳ ନିଜର ଦୁର୍ବଳତା କୁ ଲୁଚାଇବା ପାଇଁ କରୁଛନ୍ତି ମେଣ୍ଟ। ଦିଲ୍ଲୀ ରେ ଡେରା ପକାଉଛନ୍ତି ବିଜେଡି ଓ ବିଜେପି ର ପ୍ରମୁଖ ନେତୃତ୍ୱ। ତେବେ ଏହି ତମାମ ବିଷୟ ଉପରେ କଂଗ୍ରେସ କେବେବି ବ୍ୟତିବ୍ୟସ୍ତ ହେବନି ବୋଲି ସିଧାସଳଖ କହିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ।
ରାଜ୍ୟରେ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହୋଇଛି କଂଗ୍ରେସ। 2019 ନିର୍ବାଚନ ରେ ବାରବାଟୀ ଆସନ ରେ ମୁଁ ଜିତିବା ପରେ ଦଳ ର ମନୋବଳ ଆହୁରି ବୃଦ୍ଧି ପାଇଥିଲା। ଏହାଛଡ଼ା ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟ ରେ ମେଣ୍ଟ ହେଉ କି ନ ହେଉ କଂଗ୍ରେସ କିନ୍ତୁ ଆଗାମୀ ନିର୍ବାଚନରେ ତାହାର ଦମ ଦେଖାଇବ ।ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ମୋକିମ । ଏହାସହ ଯଦି କଟକ କଥା କହିବା ତେବେ ଶାସକ ବିରୋଧୀ ଦଳ ବର୍ତ୍ତମାନ ସମାନ ଏଜେଣ୍ଡା ଧରିବା ଭଳି ପ୍ରତିତ ହେଉଛି ।ପୂର୍ବରୁ କଂଗ୍ରେସ ଏହି ଦୁଇ ଦଳ ମଧ୍ୟରେ ବିବାହ ଅନୁଷ୍ଠିତ କରିଥିଲା ।
ଏପରିକି ରାଜ୍ୟ ପ୍ରଭାରୀ ଶାସକ ବିରୋଧୀ ଦଳ କୁ କଡା ସମାଲୋଚନା କରିଥିଲେ। ବ୍ୟାପକ ଦୁର୍ନୀତି ରେ ଲିପ୍ତ ଯୋଗୁ ରାଜ୍ୟ ସରକାର ଙ୍କ ମୁଣ୍ଡ ରେ ଖଣ୍ଡା ଝୁଲୁଚି । ଏହାସହ କେନ୍ଦ୍ର ରେ ହିଟଲର ଶାସନ ମଧ୍ୟ ଚାଲିଛି ।ଯାହାର ଆଭାସ ଲୋକ ମାନେ ଜାଣି ସାରିଲେଣି । ତେଣୁ 2009 ରେ ଯେଉଁ ମେଣ୍ଟ ଭାଙ୍ଗିଥିଲା ତାହା ପୁଣି ଥିରେ ଯୋଡିବାକୁ ଯାଉଛନ୍ତି। ତେଣୁ ଏହାଦ୍ୱାରା ଲୋକ ମାନେ କେବେବି ପ୍ରଭାବିତ ହେବେନି। କଟକ ରେ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ 5 ବର୍ଷ ମଧ୍ୟରେ ଯେଉଁ ବିକାଶ ହୋଇଇଛି ତାହା କୁ ଆହୁରି ଆଗକୁ ନେବାର ସମୟ ଆସିଥିବା କହିଛନ୍ତି ମୋକିମ l