ଭଂଜନଗର ଏନଏସି କୁ ମୁନିସିପାଲିଟି ଘୋଷଣା କଲେ ରାଜ୍ୟ ସରକାର

0

ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):-  ଗଂଜାମ ଜିଲ୍ଲା ଭଂଜନଗର ଏନଏସି କୁ ମୁନିସିପାଲିଟି ଘୋଷଣା କଲେ ରାଜ୍ୟ ସରକାର । ଏନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ମୁନିସିପାଲିଟି ଘୋଷଣା ହେବା ଖବର ଜଣିବା ପରେ, ବାଣ ଫୁଟାଇ, ମିଠା ଖୁଆଇ , ଖୁସି ମନାଇଛନ୍ତି ସହରବାସୀ ।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସହରକୁ ଏନଏସି ଏବଂ ଏନଏସି କୁ ମୁନିସିପାଲିଟି ଘୋଷଣା ହେଲା । ହେଲେ ଭଂଜନଗର ଏନଏସି କୁ ମୁନିସିପାଲିଟି ଘୋଷଣା ହୋଇନଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଭଂଜନଗର ଏନଏସି କୁ ମୁନିସିପାଲିଟି ଘୋଷଣା କଲେ ରାଜ୍ୟ ସରକାର । ଏଥିପାଇଁ ଭଂଜନଗର ସହରବାସୀ ଏବେ , ଉତ୍ସାହିତ ହୋଇଛନ୍ତି । ସବୁଠି ଦେଖିବାକୁ ମିଳିଛି , ଖୁସିର ବାତାବରଣ । ପ୍ରଥମ ପର୍ଯ୍ୟାୟ ଘୋଷଣା ରୁ ବାଦ୍ ପଡିବା ପରେ , ଭଂଜନଗର ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଏହାପରେ ରାଜ୍ୟ ସରକାର, ଭଂଜନଗର ଏନଏସିକୁ ବିଚାରକୁ ନେଇଥିଲେ ।

ମୁନିସିପାଲିଟି ଘୋଷଣା ଦାବିରେ ଶେଷଥର ପାଇଁ , ନାଗରିକ ମଞ୍ଚ ତରଫରୁ ଗତ ୧୨ ତାରିଖରେ ଭଂଜନଗର “ବନ୍ଦ” ଡାକରା ଦିଆଯାଇଥିଲା । ତେବେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପରାମର୍ଶ କ୍ରମେ, ଏନଏସି ର ଜନପ୍ରତିନିଧି ମାନେ , ଆନ୍ଦୋଳନକାରୀ ଙ୍କୁ ପ୍ରତିଶୃତି ଦେଇଥିଲେ । ଫଳରେ ନାଗରିକ ମଞ୍ଚ, ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।

ଏହି ଘୋଷଣା ପରେ , ଆନ୍ଦୋଳନ କରୁଥିବା ସମସ୍ତ ସଂଗଠନ ଏବେ ଖୁସି ପ୍ରକାଶ କରିଛନ୍ତି । ଏହାପୂର୍ବରୁ ନାଗରିକ ମଞ୍ଚ , ଓକିଲ ସଂଘ , ମିଡ଼ିଆ କ୍ଳବ୍ , ବ୍ୟବସାୟୀ ସଂଘ , ଅବସରପ୍ରାପ୍ତ ସାମରିକ କର୍ମଚାରୀ ସଂଘ ଏବଂ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ମାନେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏବଂ ଘୋଷଣା ହେବାପରେ, ଶୁଭେଚ୍ଛା ଜଣାଇବା ସହ ଏଭଳି ନିଷ୍ପତ୍ତି କୁ ଧନ୍ୟବାଦ ଜଣାଇଥିଲେ ।

ପରେ ପରେ ବିଜୁଜନତା ଦଳର କର୍ମୀ ମାନେ , ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦଳୀୟ କର୍ମୀ ଏବଂ ଭଂଜନଗର ଏନଏସିର ନିର୍ବାଚିତ ଜନପ୍ରତିନିଧି ମାନେ, ମୋଟର ସାଇକଲ ଶୋଭାଯାତ୍ରାରେ ବାହାରି ଭଂଜନଗର ସହର ପରିକ୍ରମା କରିଥିଲେ । ଏନଏସି କାର୍ଯ୍ୟାଳୟର ବୈଠକ ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ, ଶୁଭେଚ୍ଛୁ ମାନେ ମିଠା ଖୁଆଇ, ଖୁସି ମାନିଥିଲେ । ଏହି ଅବସରରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , 5T ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ ଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ , ମନ୍ତ୍ରୀ ଶ୍ରୀ ଆରୁଖ l

 

 

LEAVE A REPLY

Please enter your comment!
Please enter your name here