ଭଞ୍ଜନଗରରେ “ଜାଗା ମିଶନ୍” ସମ୍ପର୍କିତ ଆଲୋଚନା ବୈଠକ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା “ଜାଗା ମିଶନ୍” ଜରିଆରେ ଉପକୃତ ହେବେ , ଗଂଜାମ ଜିଲ୍ଲା ଭଂଜନଗର ଏନଏସି ର ବସ୍ତି ବାସିନ୍ଦା । ଏ ସଂକ୍ରାନ୍ତରେ ଭଂଜନଗର ଟାଉନ୍ ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ , ଜାଗା-ମିଶନ୍ ପରାମର୍ଶଦାତା – ଶାସ୍ବତୀ ମିଶ୍ର ଯୋଗ ଦେଇଥିଲେ । ବସ୍ତି ବାସିନ୍ଦାଙ୍କ ପାଇଁ ଜମି ପ୍ରମାଣପତ୍ର ଓ ଆଦର୍ଶ ବସତି ସକାଶେ ହେବାକୁଥିବା ଯୋଜନା ସମ୍ପର୍କରେ, ବସ୍ତି ବାସିନ୍ଦା ଏବଂ ଜନପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା । ବିଶେଷକରି ଯାଗା ମିଶନ୍ ଯୋଜନାରେ ଉପଲବ୍ଧ , ବିଭିନ୍ନ ମୌଳିକ ସୁବିଧା ଏବଂ ଭୂମିହୀନ ମାନଙ୍କୁ ସରକାରୀ ବ୍ୟବସ୍ଥା ପ୍ରକାରେ ଜମି ପ୍ରମାଣପତ୍ର ଯୋଗାଇ ଦେବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ଏନଏସି ର ଗରୀବ ହିତାଧିକାରୀ ମାନେ , ଜାଗା ମିଶନ୍ ଯୋଜନାର ସୁବିଧା କିଭଳି ଭାବେ ପାଇପାରିବେ , ସେହି ବିଷୟରେ ମଧ୍ୟ ମତାମତ ନିଆଯାଇଥିଲା । ଭଂଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ , ଉପାଧ୍ୟକ୍ଷା – ଶୁଭଶ୍ରୀ ଦାସ , ସାଂସଦ ପ୍ରତିନିଧି ପଞ୍ଚାନନ ପାଳ , ପୂର୍ବତନ ନଗରପାଳ – ସୁଧିର ରଞ୍ଜନ ବେହେରା ଏବଂ ପୂର୍ବତନ ଉପ-ନଗରପାଳ ରାଜେନ୍ଦ୍ର ବିଷୋୟୀ ଙ୍କ ସମେତ ସମସ୍ତ କାଉନସିଲର ପ୍ରମୁଖ ଯୋଗ ଦେଇଥିଲେ  ।

LEAVE A REPLY

Please enter your comment!
Please enter your name here