ଭତ୍ତା ଓ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ କଲେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଭଂଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଭଂଜନଗର ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ ଏବଂ ଭତ୍ତା ଓ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ କଲେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଦିନିକିଆ କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଭଂଜନଗର ଠାରେ, ସଂପୃକ୍ତ ବ୍ଳକ୍ ଅନ୍ତର୍ଗତ ୨୦ ଟି ପଞ୍ଚାୟତର ୨୦୯୨ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ବଣ୍ଟନ କରିଥିଲେ, ମନ୍ତ୍ରୀ ଶ୍ରୀ ଆରୁଖ । ସେହିଭଳି ଜଗନ୍ନାଥପ୍ରସାଦ ବ୍ଳକ ଏବଂ ଜିରାବାଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପୃକ୍ତ ବ୍ଳକ୍ ଅନ୍ତର୍ଗତ ୨୦ ଟି ପଞ୍ଚାୟତର ୨୩୨୧ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଏବଂ ୪୧୯୮ ବିଏସକେଓ୍ବାଇ ନବୀନ କାର୍ଡ ବଣ୍ଟନ କରିଥିଲେ ।

ଆସନ୍ତା ଦିନରେ, ଭତ୍ତା ତାଲିକାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ, ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରାଯିବା ସହ ସମୁଦାୟ ଭଂଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ଗରିବ ଓ ଅସହାୟଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ, ମନ୍ତ୍ରୀ ଶ୍ରୀ ଆରୁଖ ନିଜ ପ୍ରତିକ୍ରିୟାରେ କହିଥିଲେ । ଏନେଇ ହିତାଧିକାରୀ ମାନେ ମଧ୍ୟ, ସରକାରଙ୍କ ଏଭଳି ଯୋଜନାରେ ଉପକୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ, ଭଂଜନଗର ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଜନ ର ନବନିର୍ମିତ “ବିଶ୍ରାମ ଭବନ” କୁ ଉଦଘାଟନ କରିଥିଲେ ମନ୍ତ୍ରୀ ଶ୍ରୀ ଆରୁଖ ।

LEAVE A REPLY

Please enter your comment!
Please enter your name here