ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ପ୍ରଶାସନ ର ପ୍ରେସମିଟ

0

ଛତ୍ରପୁର ( ବିପ୍ଲବୀ ପରିକ୍ରମା ):- ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜିଛି । ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମେ ୧୩ ରେ ଛତ୍ରପୁର, ଗୋପାଳପୁର,ବ୍ରହ୍ମପୁର,ଦିଗପହଣ୍ଡି ଓ ଚିକିଟି ଏବଂ ମେ୨୦ରେହିଞ୍ଜିଳି,ଆସିକା,ପୋଲସରା,ଖଲ୍ଲିକୋଟ,ସୋରଡା,କବିସୂର୍ଯ୍ୟନଗର,ସାନଖେମୁଣ୍ଡି ଓ ଭଞ୍ଜନଗର । ଏହି ପରିପେକ୍ଷିରେ ଗଞ୍ଜାମ ପ୍ରଶାସନ ନିର୍ବାଚନକୁ ଦୃଷ୍ଟିରେ ରଖି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଞ୍ଜାମ ଜିଲ୍ଲାରେ ୧୩ ଟି ନିର୍ବାଚନ ମଣ୍ଡଳୀ ରହିଛି | ଏହି ସବୁରେ କିପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେନେଇ ପ୍ରଶାସନ ସଜାଗ ରହିଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟଜ୍ୟୋତି ପରିଡା ଏକ ସାମ୍ବାଦିକ ସମିଳନୀରେ ସମସ୍ତ ସୂଚନା ଦେଇଛନ୍ତି | ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ହେବ ସେନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ |

ଗଞ୍ଜାମ ଜିଲାରେ ୩୦୭୭ଟି ବୁଥ ରହିଛି l ଅନ୍ୟପଟେ ପର୍ଯ୍ୟାୟ କ୍ରମେ ପୁଲିଙ୍ଗ ଅଧିକାରୀ ଓ କର୍ମଚାରୀ ଙ୍କୁ ନେଇ ତାଲିମ ମଧ୍ୟ ପ୍ରଦାନ କରାଯାଉଛି l ଜିଲ୍ଲାରେ ୨୯ ଲକ୍ଷ ୭୧ ହଜାର ୨୨୭ ଭୋଟର ଅଛନ୍ତି l ସେମାନଙ୍କ ମଧ୍ୟରୁ ପୂରୁଷ ଭୋଟର ୧୫ ଲକ୍ଷ ୩୧ ହଜାର ୬୬୦, ସେହିପରି ମହିଳା ଭୋଟର ଙ୍କ ସଂଖ୍ୟା ୧୪ ଲକ୍ଷ,୩୯ହଜାର ୨୮୬ ରହିଥିବା ବେଳେ ତୃତୀୟ ଲିଙ୍ଗ ସଂଖ୍ୟା ୨୮୧, ଯୁବ ଭୋଟର ୬୫ ହଜାର ୮୦ ଜଣ ରହିଥିବା ବେଳେ ବରିଷ୍ଠ ନାଗରିକ ଭୋଟର ୨୨ ହଜାର ୪୯୭ ରହିଥିବା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି l ଜିଲ୍ଲାରେ ସମୁଦାୟ ୩୦୭୭ ବୁଥ ର ବ୍ୟବସ୍ଥା ହୋଇଛି l ସେଥିରୁ ଶଖି ବୁଥ ୪୨୪, ଯୁବ ପୁରୁଷ ବୂଥ ୩୯, ଦିବ୍ୟାଙ୍ଗ ବୁଥ ୧୩, ଇକୋ ଫ୍ରେଣ୍ଡଲି ବୁଥ ୧୩ ଟି ରହିଥିବା ବେଳେ ୧୨୬ ଟି ଅଦର ମୋଡେଲ ବୁଥ କରାଯାଇଛି l

ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ଜିଲ୍ଲାରେ ୩୬୯୨ ଜଣ ପ୍ରିଯାଇଣ୍ଡିଙ୍ଗ ଅଫିସର ଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ୩୬୯୨ ଜଣ ଫାଷ୍ଟ ପୋଲିଙ୍ଗ ଅଧିକାରୀ, ୩୬୯୨ଜଣ ସେକେଣ୍ଡ ପୋଲିଙ୍ଗ ଅଧିକାରୀ, ୩୬୯୨ ଜଣ ଥାର୍ଡ଼ ପୋଲିଙ୍ଗ ଅଧିକାରୀ,୩୬୯୨ ଜଣ ଫୋର୍ଥ ପୋଲିଙ୍ଗ ଅଧିକାରୀ, ୩୬୯୨ ଜଣ ଫିଫଥ ପୋଲିଙ୍ଗ ଅଧିକାରୀ ଓ ୩୨୯ ଜଣ ସେକ୍ଟର ଅଫିସର ଙ୍କୁ ନିଯୁକ୍ତି କରାଯାଇଛି l ସେହିପରି ୪୩ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ, ୪୩ ଟି ଷ୍ଟାଟିକ ସର୍ଭିଲେନ୍ସ ଟିମ, ୩୯ ଟି ଭିଡିଓ ସର୍ଭିଲେନ୍ସ ଟିମ ଓ ୧୯ ଟି ଆସିଷ୍ଟାଣ୍ଟ ଏକ୍ସପେଣ୍ଡିଚର ଅବଜର୍ଭର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ଅ ନ୍ୟପଟେ ପର୍ଯ୍ୟାୟ କ୍ରମେ ପୁଲିଙ୍ଗ ଅଧିକାରୀ ଓ କର୍ମଚାରୀ ଙ୍କୁ ନେଇ ତାଲିମ ମଧ୍ୟ ପ୍ରଦାନ କରାଯାଉଛି |

LEAVE A REPLY

Please enter your comment!
Please enter your name here