ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପ୍ରାକ୍ତନ ନଗର ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଏବଂ କାଶୀନଗର ଏନ୍ଏସିର ଯୁବ ନେତା କେ.ଆପ୍ପାରାଓଙ୍କ ନିଲମ୍ବନ ପ୍ରତ୍ୟାହୃତ ହୋଇଛି । ଏନେଇ ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଧ ଭାବେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଥିଲେ । ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦଳକୁ ପୁଣି ଥରେ ଦୁଇ ଜଣଙ୍କୁ ସ୍ବାଗତ କରିଛନ୍ତି ଜିଲ୍ଲା ବିଜେଡି ନେତୃବୃନ୍ଦ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜୁ, ରାଜ୍ୟ ସମ୍ପାଦକ ବସନ୍ତ ଦାସ, ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ.ରୂପେଶ ପାଣିଗ୍ରାହୀ, ନଗର ବିଜେଡି ସବାପତି ସୁଦ୍ଧିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନିଲମ୍ବନ ପ୍ରତ୍ୟାହୃତ ପରେ ଦୁଇ ଜଣ ନେତାଙ୍କୁ ପୁଷ୍ପମାଲ୍ୟ ଓ ଦଳୀୟ ଉତ୍ତରୀୟ ଦେଇ ବିଜେଡି ଦଳକୁ ପୁଣି ଥରେ ସ୍ବାଗତ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଏହି ଦୁଇ ନେତା ପୌର ନିର୍ବାଚନ ସମୟରେ ଦଳ ବିରୋଧି କାର୍ଯ୍ୟ କରିଥିବାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଏହି ଦୁଇ ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।