ବିପ୍ଲବୀ ପରିକ୍ରମା ବ୍ୟୁରୋ :- ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଜେପିରେ ଯୋଗ ଦେଇଛନ୍ତି । ସେ ଦୁଇଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।ତାମିଲ ସାଇ ବିଜେପିରେ ଯୋଗ ଦେବା ପରେ କହିଛନ୍ତି କି, ମୁଁ ନିର୍ବାଚନ ଲଢିବାକୁ ଚାହୁଁଛି ଓ ମୋର ଏହି ଇଚ୍ଛା ବାବଦରେ ମୁଁ ପାର୍ଟିକୁ ଜଣାଇ ଦେଇଛି । ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଏକ କଠିନ ନିଷ୍ପତ୍ତି ଓ ସିଧାସଳଖ ନିର୍ବାଚନରେ ପ୍ରାର୍ଥୀ ହେବା ଏକ ସଠିକ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି ।