ମୟୂରଭଞ୍ଜ (କୁମାର ରଣଜିତ ) ; ବଣ୍ଡାବ ଗୁଳିକାଣ୍ଡରେ ଶହୀଦ ହୋଇଥିବା ତିନି ଅମର ଯବାନଙ୍କ ଉଦ୍ଦେଶ୍ୟରେ ବାରିପଦା ପୋଲିସ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅର୍ନ୍ତଗତ ବଣ୍ଡାବ ଗ୍ରାମରେ ୨୦୦୯ ମସିହା ଅକ୍ଟୋବର ୧୩ ତାରିଖରେ ବଣ୍ଡାବ୍ ସ୍ଥିତ ଖେଳ ପଡିଆରେ ଚାଲିଥିଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଯେଉଁଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ତତ୍କାଳୀନ ସାଂସଦ ତଥା ବର୍ତମାନ ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି। ଖେଳ ଚାଲିଥିବା ବେଳେ ହଠାତ ହୋଇଥିଲା ମାଓବାଦୀଙ୍କ ଆଖିବୁଜା ଗୁଳି ବର୍ଷଣ। ମାଓବାଦୀ ମାନଙ୍କ ଟାର୍ଗେଟ ରେ ଥିଲେ ସାଂସଦ। କିନ୍ତୁ ସାଂସଦଙ୍କ ସୁରକ୍ଷାରେ ଥିବା ତିନି କର୍ତବ୍ୟ ରତ ପୋଲିସ କର୍ମଚାରୀ ସାଂସଦଙ୍କ ଜୀବନ ରକ୍ଷା ପାଇଁ କରିଥିଲେ ପ୍ରାଣମୁର୍ଚ୍ଛା ଉଦ୍ୟମ। ଆଉ ମାଓବାଦୀ ମାନଙ୍କ ଆକ୍ରମଣରେ ପ୍ରାଣ ହରାଇ ସାଂସଦଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ତିନି ଯୱାନ। ଆଉ ମାଓବାଦୀଙ୍କ ଆକ୍ରମଣରେ ତିନି ଜଣ ହୋଇ ଯାଇଥିଲେ ଶହୀଦ। ସେହିଦିନକୁ ମନେ ରଖିବା ପାଇଁ ଅକ୍ଟୋବର୍ ୧୩ ତାରିଖ କୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଶହୀଦ ଦିବସ ଭାବେ ପାଳନ କରା ଯାଉଛି। ଶୁକ୍ରବାର ସେହି ଶହୀଦ ଯବାନ ମାନଙ୍କୁ ମନେ ପକାଇ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଛି। ପ୍ରଥମେ ଉପସ୍ଥିତ ସମସ୍ତ ଅତିଥି ମାନେ ୩ ଜୱାନଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ପରେ ପରେ ଶହୀଦ ଜବାନ ଏଏସଆଇ ନାରାୟଣ ଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ, କନେଷ୍ଟବଳ ଗହ୍ମା ହେମ୍ବ୍ରମ ଙ୍କ ଫଟୋଚିତ୍ର ରେ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ପୁଶ୍ପମାଲ୍ୟ ଅର୍ପଣ କରା ଯାଇଥିଲା। ଏହାପରେ ସମସ୍ତ କର୍ମଚାରୀ ମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ଏସପି ବି. ଗଙ୍ଗାଧରଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାର୍ଣ୍ଡି, ଜିଲ୍ଲା ପରିଷଦ୍ ସଭାପତି ଭାରତୀ ହାଁସଦାଃ ପ୍ରମୁଖ ଯୋଗ ଦେଇ ଅମର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶହୀଦ ମାନଙ୍କ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ।