ଆସନ୍ତା ୩୧ ତାରିଖ ରବିବାର ଦିନ ଦେଶରେ ଖୋଲା ରହିବା ସବୁ ବ୍ୟାଙ୍କ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର । ଚଳିତମାସର ଶେଷ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ । ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବା ବେଳେ ସର୍ବସାଧାରଣଙ୍କ ପାଇଁ ଏହି ଦିନ ସବୁ ବ୍ୟାଙ୍କର ବ୍ରାଞ୍ଚ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁରୋଧ କରିଛି । ମାର୍ଚ୍ଚ ୩୧ ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦିନ ଗ୍ରାହକ ଓ ବ୍ୟାଙ୍କର ସମସ୍ତ ବଳକା କାମ ସାରିବାକୁ କୁହାଯାଇଛି । ଏନେଇ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ଗତକାଲି (ବୁଧବାର) ନୋଟିଫିକେସନ ଜାରି ହୋଇଛି ।ଆରବିଆଇ ନୋଟିଫିକେସନରେ କୁହାଯାଇଛି ଯେ, ସରକାରୀ ନେଣଦେଶ ସହ ଜଡିତ ବ୍ୟାଙ୍କଗୁଡିକର ସବୁ ଶାଖା ମାର୍ଚ୍ଚ ୩୦, ୩୧ ତାରିଖ ଶନିବାର ଓ ରବିବାର ଦିନ ଖୋଲା ରହିବ । ଆର୍ଥିକ ବର୍ଷର ଶେଷ ଯାଏଁ ହେଉଥିବା ସମସ୍ତ ଟ୍ରାଞ୍ଜାକ୍ସନ ସେହି ବର୍ଷ ହିଁ ଏଣ୍ଟ୍ରି ହେବା ଉଚିତ୍ । ଏଥିପାଇଁ ସବୁ ବ୍ୟାଙ୍କଗୁଡିକ ରବିବାର ଖୋଲା ରହିବ । ଏହି ଦିନ ନିର୍ଦ୍ଧାରିତ ସମୟ ଅନୁସାରେ ବ୍ୟାଙ୍କ ଖୋଲିବ ଓ ବନ୍ଦ ହେବ ।

ଏହା ବ୍ୟତୀତ NEFT (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଏବଂ RTGS (ରିଅଲ ଟାଇମ ଗ୍ରାସ ସେଟଲମେଣ୍ଟ) ଟ୍ରାଞ୍ଜାକ୍ସନ ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଛି ।ଏହା ପୂର୍ବରୁ ଆୟକର ବିଭାଗ (Income Tax Dept) ମଧ୍ୟ ମାର୍ଚ୍ଚ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସବୁ ଛୁଟି ବାତିଲ କରିଥିଲା ଏବଂ ମାସର ଶେଷ ରବିବାର ଦିନ ଏହାର ସମସ୍ତ ଅଫିସ ଖୋଲା ରହିବାକୁ ନିର୍ଦ୍ଦେଶ ଦେଇଥିଲା । ବିଭାଗ ୨୯ ତାରିଖ ଗୁଡ ଫ୍ରାଇଡ ଛୁଟି ସମେତ ଶନିବାର ଓ ରବିବାରର ଛୁଟି ବି ବାତିଲ କରିଥିଲା । ୨୯ ତାରିଖ ଗୁଡ ଫ୍ରାଇଡ ହୋଇଥିବା ବେଳେ ୩୦ ତାରିଖ ଶନିବାର ଓ ୩୧ ତାରିଖ ରବିବାର ପଡୁଛି । ଆର୍ଥିକ ବର୍ଷ ଶେଷ ହେଉଥିବାରୁ ସମସ୍ତ ବଳକା କାମ ବର୍ଷ ଶେଷ ସୁଦ୍ଧା ସାରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here