ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନବୀନ ନିବାସରେ ଟିକଟ ପାଇଁ ଚାଲିଛି କସରତ। ଆଜି ଭୁବନେଶ୍ୱର, କନ୍ଧମାଳ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବୈଠକ ହେବ। ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ନେତାଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି।
ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ।ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେପି ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ଆଜିର ବୈଠକରେ ଅଙ୍କକଷା ଯିବ ବୋଲି ସୂଚନା ରହିଛି। ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି ।
ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ, ବିପ୍ଳବ ପାତ୍ର, ସୁବାସ ବେହେରା, ଉଷା ଦେବୀ, ବିକ୍ରମ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି ।ଏହା ପରେ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିବେ ବିଜେଡି ସୁପ୍ରିମୋ । ଅପରାହ୍ନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବୀନ ନବାସରେ ପହଞ୍ଚିବେ । ବୈଠକରେ ବିଧାୟକ, ପର୍ଯ୍ୟବେକ୍ଷକ ଓ ଆଶାୟୀ ପ୍ରାର୍ଥୀ ସାମିଲ ହେବେ । କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ, ସେନେଇ ନବୀନ ନିବାସର ରଣନୀତି ପ୍ରସ୍ତୁତ କରାଯାଉଛି ।
ଗତକାଲି ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନ ଗୁଡ଼ିକକୁ ନେଇ ବୈଠକ ବସିଥିଲା। ଆସିକାରେ ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମେ୨୦ରେ ଭୋଟ ହେବାକୁ ଥିବା ବେଳେ, ଏପ୍ରିଲ ୨୬ରୁ ନାମାଙ୍କନ ହେବ । ସେହିପରି ଭୁବନେଶ୍ୱରରେ ମେ ୨୫ରେ ଭୋଟ ଥିବା ବେଳେ ଏପ୍ରିଲ ୨୯ରୁ ନାମାଙ୍କନ ହେବ।। ତା’ପୂର୍ବରୁ ପ୍ରାର୍ଥୀ ଚୟନ କସରତକୁ ଜୋରଦାର କରଛି ବିଜେଡି।