ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫଦାରୀକୁ ବିରୋଧ କରି ଆଜି ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ଆମ ଆଦମୀ ପାର୍ଟି । ଦେଶରେ କୋଣ ଅନୁକୋଣରେ ଆପ କର୍ମୀ ମାନେ ବିଜେପି ବିରୋଧରେ ଆନ୍ଦୋଳନ କରିବେ । ଏନେଇ ଆପ ନେତା ଗୋପାଳ ରାୟ ଘୋଷଣା କରିଛନ୍ତି ।
ସେ କହିଛନ୍ତି, ”ବିଜେପି ଏଜେନ୍ସି ପଠାଇ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ଏହା ହେଉଛି ଗଣତନ୍ତ୍ରର ହତ୍ୟା । କେଜ୍ରିଓ୍ବାଲଙ୍କ ଗିରଫଦାରିକୁ ବିରୋଧ କରି ଆଜି ସକାଳ ୧୦ ଟାରେ ଆମ ବିଜେପି ଦଳ ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବୁ । ବିରୋଧୀ ଦଳ ଏହି ବିକ୍ଷୋଭରେ ଯୋଗଦେବେ କି ନାହିଁ ବୋଲି ପଚରାଯିବାରୁ ଗୋପାଳ ରାୟ କହିଛନ୍ତି,ଏହା ଖୋଲା ବିରୋଧ । ଯିଏ ଏକଛତ୍ରବାଦୀ ଶାସନର ବିରୋଧୀ ସେମାନେ ଏଥିରେ ଯୋଗ ଦେଇ ପାରିବେ ।” ଆପର ବରିଷ୍ଠ ନେତ୍ରୀ ଆତିଶୀ କହିଛନ୍ତି ଯେ, INDIA ବ୍ଲକର ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇଁ କଂଗ୍ରେସ ନିଶ୍ଚିତ କରିଛି ।