ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୂର୍ବରୁ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀମାନେ ପଦରୁ ଇସ୍ତାଫା ଦେଇ ଗିରଫ ହୋଇଛନ୍ତି । ସ୍ୱାଧୀନ ଭାରତରେ ପ୍ରଥମ ଥର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ଫଳରେ ଦିଲ୍ଲୀରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ଆପ୍ କହିଛି ଜେଲରୁ ସରକାର ଚଳାଇବେ କେଜ୍ରୱାଲ । ଏହା କେମିତି ସମ୍ଭବ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାପରେ, ସରକାର ପରିଚାଳନାରେ ସମସ୍ୟା ଉପୁଜିପାରେ । କାରଣ ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ଗିରଫ ହେବା ପୂର୍ବରୁ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସ୍ୱାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ଥାଇ ଇଡି ଦ୍ୱାରା ଗିରଫ ହୋଇଛନ୍ତି କେଜ୍ରିୱାଲ । ଆଉ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିଲେ ଓ ରହିବେ । ଅର୍ଥାତ ଜେଲରେ ଥାଇ ସରକାର ଚଳାଇବେ ଅରବିନ୍ଦ କେଜ୍ରିୱାଲ ।
ତେବେ ଏହା କେମିତି ସମ୍ଭବ?ଜେଲ ମାନୁଆଲ ଅନୁସାରେ କଏଦୀ କୌଣସି ବୈଠକ କରିପାରିବେନି >କୋର୍ଟଙ୍କ ଅନୁମତିରେ କେବଳ ନ୍ୟାୟିକ ଦସ୍ତାବିଜରେ ଦସ୍ତଖତ କରିପାରିବେ>ସପ୍ତାହରେ ଦୁଇଥର କଏଦୀଙ୍କୁ ଭେଟିପାରିବେ ସଂପର୍କୀୟ>ଏଥିପାଇଁ କଏଦୀ ସର୍ବାଧିକ ୧୦ ଜଣଙ୍କ ନାମ ସୁପାରିସ କରିପାରିବେ> ଭେଟଘାଟ ତାରିଖ ଓ ସମୟ ନିର୍ଦ୍ଧାରଣ କରିବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ> ଯଦିଓ ଜେଲ ମାନୁଆଲ ଅନୁସାରେ ଜେଲରୁ ସରକାର ଚଳାଇବା କେଜ୍ରିୱାଲଙ୍କ ପାଇଁ ସମ୍ଭବ ହେବନାହିଁ । କିନ୍ତୁ ସାହାରା ମାମଲାରେ ସୁବ୍ରତ ରାୟଙ୍କ ଉଦାହରଣ ଦେଉଛନ୍ତି ଆପ ନେତା ।
ତେଣୁ ଏଭଳି ସ୍ୱତନ୍ତ୍ର ସୁବିଧା ବାବଦରେ ସୂଚନା ଦେଇଛନ୍ତି ତିହାର ଜେଲର ପୂର୍ବତନ ପିଆରଓ >ନିକଟରେ ହେମନ୍ତ ସୋରେନ୍, ପୂର୍ବରୁ ଲାଲୁ ଯାଦବ, ଜୟଲଳିତା, ୟେଦିୟୁରପ୍ପା ଓ ଉମା ଭାରତୀଙ୍କ ଭଳି ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ । ହେଲେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ଥାଇ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଛନ୍ତି । ଯାହା ବିରାଟ ସାମ୍ବିଧାନିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।