ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଆସିପାରେ ବିଜେପିର ଚତୁର୍ଥ ପାର୍ଥୀ ତାଲିକା । ଏହି ତାଲିକାରେ ୫ରାଜ୍ୟର ପାର୍ଥୀ ମାନଙ୍କ ନାମ ଘୋଷଣା କରିପାରେ ବିଜେପି । ୫ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ରହିଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା । ସବୁ ଆସନରେ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହୋଇଥିବା ସୂଚନା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିର ପଞ୍ଚମ ପାର୍ଥୀ ତାଲିକାକୁ ନେଇ ଆଲୋଚନା କରାଯାଇଥିଲା । ଆସିବାକୁ ଥିବା ତାଲିକାରେ ପାଖାପାଖି ୧୫୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବ କେନ୍ଦ୍ରୀୟ ନିର୍ବାଚନ କମିଟି । ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଆସିବାର ସମ୍ଭାବନା ରହିଛି । ସମସ୍ତ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ନେଇଛି ଦଳ ।