ବ୍ରହ୍ମପୁର ( ଦ କୁଇଭର ):- ଆମ୍ ଆଦ୍ମୀ ପାର୍ଟି, ବ୍ରହ୍ମପୁରର ବରିଷ୍ଠ ସଦସ୍ୟ ସୁକାନ୍ତ ପାଣିଗ୍ରାହୀଙ୍କ ହୃଦରୋଗରେ ଅଚାନକ ମୃତ୍ୟୁ l ବ୍ରହ୍ମପୁର ସହରରେ ଜଣେ ଲଢୁଆ ଏବଂ ମିଷ୍ଟଭାଷୀ ଭାବେ ବେସ ପରିଚିତ l ତାଙ୍କର ଏହି ତିରୋଧାନରେ ଆପ ପରିବାରର ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି l ସୁକାନ୍ତ ପାଣିଗ୍ରାହୀଙ୍କ ମୃତ୍ୟୁ ଖବର ସହରରେ ପ୍ରଚାରିତ ହେବା ପରେ ବ୍ରହ୍ମପୁରରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।