(ବ୍ରହ୍ମପୁର );ବ୍ରହ୍ମପୁର ପୁଲିସ ଜିଲ୍ଲା, ଅବକାରୀ ଗୁଇନ୍ଦା ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଥିବା ୬୩୪୦ କିଲୋ ଗଞ୍ଜେଇ ଓ ୨୬୮ ଗ୍ରାମ୍ ବ୍ରାଉନସୁଗାର ନଷ୍ଟ କରାଯାଇଛି। କୋର୍ଟ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଡ୍ରଗ୍ସ୍ ଡିସ୍ପୋଜାଲ୍ କମିଟି ଶେରଗଡ଼ରେ ଥିବା ବାୟୋମେଡିକାଲ ବର୍ଯ୍ୟ ପରିଚାଳନା କେନ୍ଦ୍ରରେ ଏହାକୁ ନଷ୍ଟ କରାଯାଇଛି । କମିଟି ଅଧ୍ୟକ୍ଷ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍., ଅବକାରୀ ଅଧୀକ୍ଷକ ଆର୍.ଏନ୍ ନାୟକ ଓ ଶେରଗଡ଼ ତହସିଲଦାରଙ୍କ ଉପସ୍ଥିତିରେ ଏହାକୁ ନଷ୍ଟ କରାଯାଇଥିଲା। ବ୍ରହ୍ମପୁର ପୁଲିସର ୪ଟି କେସ୍, ଅବକାରୀ ଗୁଇନ୍ଦାର ୧୨୬ଟି କେସ୍ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୪୨ଟି କେସ୍ରେ ଏହି ସମସ୍ତ ଜବତ ହୋଇଥିଲା। ପୂର୍ବରୁ ୪୯୭୨ କିଲୋ ଗଞ୍ଜେଇ ୯.୪୮ ଗ୍ରାମ୍ ବ୍ରାଉନସୁଗାର ନଷ୍ଟ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ଡ୍ରଗସ୍ ଡିସ୍ପୋଜାଲ୍ କମିଟି ୧୧, ୩୧୩ କିଲୋ ଗଞ୍ଜେଇ ଓ ୨୭୭.୪୮ ଗ୍ରାମ ବ୍ରାଉନ୍ସୁଗାର ନଷ୍ଟ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି। ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।