ବିଜେଡିରୁ ଇସ୍ତଫା ଦେଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

0

ଖଲ୍ଲିକୋଟ ( ବିପ୍ଲବୀ ପରିକ୍ରମା ):- ବିଜେଡ଼ିରୁ ଇସ୍ତଫା ଦେଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ସେ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଦଳ ଛାଡିବାର କାରଣ ଇସ୍ତଫା ପତ୍ରରେ ଦର୍ଶାଇ ନାହାନ୍ତି । ସେ ବିଜେଡି ଟିକେଟରେ ଦୁଇ ଥର ବିଧାୟକ ହୋଇଛନ୍ତି । ପୂର୍ଣ୍ଣଚନ୍ଦ୍ର ଖୁବଶୀଘ୍ର ପଦ୍ମ ଧରି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଶଙ୍ଖ ଛାଡିଲେ ଖଲ୍ଲକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟ ପରିଷଦ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ ଦେଇଛନ୍ତି । ତେବେ କେଉଁ କାରଣରୁ ଇସ୍ତଫା ଦେଉଛନ୍ତି ସେନେଇ ଇସ୍ତଫା ପତ୍ରରେ ଦର୍ଶାଇ ନଥିବା ବେଳେ ତାଙ୍କୁ ଲୋକମାନଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here