24ରେ ବିଜେଡି ପାଇଁ ପ୍ରଦୀପ ପାଣିଗ୍ରାହୀ ହେବେ କି ବଡ ଚ୍ୟାଲେଞ୍ଜ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏହାରି ଭିତରେ ବ୍ରମହାପୁର ଏମପି ପାଇଁ କାହାରି ନ ଘୋଷଣା କରିନି ବିଜେଡି l ସେପଟେ ବିଜେପି ପ୍ରଦୀପଙ୍କ ନାମ ଘୋଷଣା କରିସାରିଛି l

ଗତ ଫେବ୍ରୁଆରୀରେ ବିଜେପିରେ ସାମିଲ ହେଉ ହେଉ ନିଜ ଉପସ୍ଥିତି ଜାହିର କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଗେରୁଆ ଦଳ ପାଇଁ ବଡ ରାଲିର ଆୟୋଜନ କରିଛନ୍ତି । ଅନେକ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବି ଆଣି ବିଜେପିରେ ମିଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଥାର୍ଡ ଫ୍ଲୋର ସହ ଅତି ନିକଟରୁ କାମ କରିଥିବା ପ୍ରଦୀପ ପାଣିଗ୍ରାହୀ ଚବିଶ ରଣଭୂମିରେ ବିଜେପି ପାଇଁ ବଡ ଆସେଟ୍ ହୋଇପାରନ୍ତି ।

ବିଜେଡିର ଫର୍ମୂଲାରେ ବିଜେଡିକୁ ମାତ୍ ଦେବାକୁ ବିଜେପି ପ୍ରଦୀପ ପାଣିଗ୍ରାହୀ ଗୋଟି ଚଳାଇଥିବା କୁହାଯାଉଛି ।ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଛି ଗଞ୍ଜାମ ଜିଲ୍ଲାର ୫ଟି ଓ ଗଜପତିର ୨ଟି ବିଧାନସଭା ଆସନ । ପ୍ରଦୀପ ପାଣିଗ୍ରାହୀଙ୍କର ଉଭୟ ଜିଲ୍ଲାରେ ଭଲ ଲୋକସଂପର୍କ ଓ ସମର୍ଥନ ରହିଛି । ୨୦୧୯ରେ ବିଜେଡିରେ ଥିବା ବେଳେ ସଂଗଠନ ଦାୟିତ୍ୱ ତୁଲାଇଥିଲେ ପ୍ରଦୀପ । ବିଜେପିର ସଂଗଠନ ଦକ୍ଷିଣ ଓଡିଶାରେ ଦୁର୍ବଳ ରହିଛି । ସାଂଗଠନିକ କାମରେ ପ୍ରଦୀପଙ୍କ ଲମ୍ବା ଅନୁଭୁତି ବିଜେପିକୁ ଲାଭ ଦେବ । ଅନ୍ୟପଟେ ପ୍ରଦୀପଙ୍କ ସହ କଡା ଟକ୍କର ଦେବା ପାଇଁ ଜଣେ ପ୍ରାଥୀ ଖୋଜୁଛି ବିଜେପି l ପ୍ରଥମେ ଚର୍ଚ୍ଚା ହେଉଥିଲା ଦଳ ଚନ୍ଦ୍ର ଶେଖର ସାହୁଙ୍କୁ ପୁଣି ରପିଟି କରିପାରେ, କିନ୍ତୁ ଘୋଷଣା ହେଲାଣି l

ତେବେ ଚନ୍ଦ୍ରସେଖରଙ୍କ ସହ ଏହି ରେସରେ ,ସୁବାସ ମହାରଣା ଓ ପାରଳାଖେମୁଣ୍ଡିର ନେତା ରୁପେଶ ପାଣିଗ୍ରାହୀଙ୍କ ନା ରହିଛି l ସେହିପରି ବ୍ରମହାପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ପ୍ରାଥୀ କରିଥିବାରୁ ବ୍ରମହାପୁର ବିଧାନସଭା ପାଇଁ ଦଳ ଆଉ କାହାକୁ ଖୋଜୁଛି l ଦଳ ଗଂଜାମ ଜିଲ୍ଲା ସଭାପତି ଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କୁ ପୁଣି ଥରେ ପ୍ରାଥୀ କରୁଛି ନା ନୂଆ ମୁହଁକୁ ପ୍ରାଥୀ କରୁଛି ତାହା ଦେଖିବାକୁ ବାକି ରହିଲା l କାରଣ ବ୍ରମହାପୁର ପାଇଁ ମାଳ ମାଳ ଆଶାୟୀ,  ଏମାନଂକୁ ମ୍ୟାନେଜ କରିବା ହୋଇପାରେ l

ଅନ୍ୟପଟେ ଯଦି ପାରଳାଖେମୁଣ୍ଡିର ନେତା ରୁପେଶ ପାଣିଗ୍ରାହୀ ଯଦି ବ୍ରମହାପୁର ଏମପି ପ୍ରାଥୀ ହୁଅନ୍ତି ତେବେ ପାରଳାଖେମଣ୍ଡି ଆସନରୁ ଲଢ଼ିବ କିଏ, ନୂଆ ଚେହେରାକୁ ଆଣିବକି ଦଳ? ସେପଟେ ଚର୍ଚା ହେଉଛିସଁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଜେଡି ରେ ସାମିଲ ହୋଇପାରନ୍ତି ଆଉ ଏମପି ପାଇଁ ରମେଶ ଜେନାଙ୍କୁ ଦଳ ଟିକେଟ ଦେଇପାରେ ! ତେବେ ଦେଖିବାକି ବାକି ରହିଲା ବିଜେଡି କେଉଁ ରଣନୀତି ଆପଣାଉଛି ବ୍ରହ୍ମପୁର କୁରୁକ୍ଷେତ୍ରରେ ବାଜିମାତ୍ ମାରିବା ପାଇଁ  l

LEAVE A REPLY

Please enter your comment!
Please enter your name here