ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ସାରା ବିଶ୍ୱ ପାଳନ କରୁଛି ଉତ୍ତମ ଶୁକ୍ରବାର। ୨୦୦୦ ବର୍ଷ ପୂର୍ବବେ ସମଗ୍ର ମାନବ ସମାଜର ଉଦ୍ଧାର ଏବଂ ମୁକ୍ତି ପାଇଁ ତ୍ରାଣ କର୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ କୃଷରେ ମୃତ୍ୟୁ ବରଣ କରିଥିଲେ। ସେହି ପ୍ରଭୁ ଯୀଶୁଙ୍କ କୃଷୀୟ ଯନ୍ତ୍ରଣାକୁ ସ୍ମରଣ କରି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ବିଭିନ୍ନ ଗ୍ରାମର ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ମାନେ ଆଜିର ଦିନକୁ ପାଳନ କରିଛନ୍ତି। ଗାଁ ଗାଁ ରେ ସମସ୍ତେ ଏକତ୍ରିତ ହୋଇ କୃଶକୁ ଧରି ବଜାର ସାହି ପରିକ୍ରମା କରି ଉପାସନା ଠାରେ ଏକତ୍ରିତ ହୋଇ ମାନବ ସମାଜର ଶାନ୍ତି, ପ୍ରେମ, ଏକତା ନିମନ୍ତେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି।