ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଦିନିକିଆ ଗଜପତି ଗସ୍ତରେ ଆସି ବିଜେପିର ବ୍ରହ୍ମପୁର ସାଂସଦ ପାର୍ଥୀ ପ୍ରଦୀପ ପାଣିଗ୍ରାହି ଦଳିୟ କାର୍ଯ୍ୟକର୍ତ୍ତାଙ୍କ ସହ ଚଳିତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ସହ ବିଜେଡି ଉପରେ ବର୍ଷିଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାକୁ ଆର୍ଥିକ କ୍ଷେତ୍ରରେ ମଜବୁତ ରାଜ୍ୟରେ ପରିଗଣିତ କରିବା ଉଦ୍ଦ୍ୟେଶରେ ପ୍ରତ୍ୟେକ ସମୟରେ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ମାଧ୍ୟମରେ ପ୍ରଦାନ କରୁଛନ୍ତି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରି ଯୋଜନାକୁ ରାଜ୍ୟ ସରକାର ଜାଣିଶୁଣି ଲାଗୁ କରୁନଥିବା କାରଣରୁ ଅନେକ ଗରିବ ଲୋକ ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇପାରୁ ନାହାଁନ୍ତି । ରାଜ୍ୟରେ ଚିକିତ୍ସା ବ୍ୟବସ୍ଥା ବ୍ୟବସ୍ଥା ଅତି ସୋଚନିୟ ଅବସ୍ଥା ରହିଛି । ଚିକିତ୍ସାଳୟର ରଙ୍ଗ ପରିବର୍ତ୍ତନ କରାଯାଇଛି କିନ୍ତୁ କେଉଁଠି ହେଲେ ଡାକ୍ତର ରହୁନାହାଁନ୍ତି । ଗଜପତି ଜିଲ୍ଲାର ରୋଗି ଆନ୍ଦ୍ର ଏବଂ ଗଞ୍ଜାମକୁ ଯାଇ ଚିକିତ୍ସା ହେବାକୁ ବାଧ୍ୟ୍ୟ ହୋଉଛନ୍ତି । ଜିଲ୍ଲାପାଳ ଓ ଏସପି ମାନେ ଅନ୍ୟ ଦଳର ସଦସ୍ୟ ମାନଙ୍କୁ ଅଣଦେଖା କରୁଥିବା ସହ ସାଧାରଣ ଜନତା ସେମାନଙ୍କୁ ଦେଖାକରିବା କଷ୍ଟ ହେଉଛି । ତେବେ ଜନତାଙ୍କ ସମସ୍ୟା କିପରି ସମାଧାନ ହେବ ପ୍ରଶ୍ନ କରିବା ସହ କାହାପାଇଁ ଟେଣ୍ଟ ଭିଡିବା କାର୍ଯ୍ୟ ପାଇଁ ନିଯୁକ୍ତି ଦିଆଯାଇନାହିଁ ବୋଲି କହିଛନ୍ତି ।
ତାହା ସହ ଏକ ସାମ୍ବାଦିକ ସମ୍ମିଳନିରେ କେନ୍ଦ୍ର ବିଜେପିର ବରିଷ୍ଠ ନେତା ଓ ରାଜ୍ୟ ନେତୃତ୍ୱ ବୃନ୍ଦଙ୍କୁ ତାଙ୍କୁ ଅତି କମ ଦିନରେ ବିଶ୍ୱାସ କରି ବ୍ରହ୍ମପୁର ସାଂସଦ ପ୍ରାର୍ଥି ଭାବେ ଟିକେଟ ପ୍ରଦାନ କରିଥିବାରୁ ଧନ୍ୟବାଦ ଦେବା ସହ ବିଜେପି ସହ ଯୋଡ, ବିଜେଡିକୁ ଛାଡ, ଲେଖା ଛିଡ ସ୍ଲୋଗାନ ମାଧ୍ୟମରେ ସମ୍ବୋଧନ କରି କର୍ମିଙ୍କୁ ଉତ୍ସାହିତ କରିଥିଲେ । ପ୍ରାଥୀ ଘୋଷଣା ପରେ ଗଜପତି ଜିଲ୍ଲାକୁ ପ୍ରଥମ ଥର ପାଇଁ ଗସ୍ତ ରେ ଆସିଥିବାରୁ ଗଜପତି ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା ଏହି ଅବସରରେ ଅବସର ପ୍ରାପ୍ତ ଆୟକର ଅଧିକାରୀ ତ୍ରିନାଥ କାର୍ଜି , ରାଜ୍ୟ ଯୁବ ବିଜୁଜନତା ଦଳର ସହ ସମ୍ପାଦକ ଦେବୀ ପ୍ରସାଦ ଦାସ ଓ ବରିଷ୍ଠ ଆଇନଜିବୀ ତଥା ପାରଳାଖେମୁଣ୍ଡି ଓକିଲସଂଘ ସମ୍ପାଦକ ଏମ ପୃଥିବୀ ରାଜ ବିଜେପିରେ ଯୋଗଦାନ କରିଛନ୍ତି l