ବିଜେଡିରେ ସାମିଲ ହେବେ ପୂର୍ବତନ ବିଧାୟକ କେ.ସୁରୀୟା ରାଓ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳିରେ ବଡ ହଲଚଲ , ବିଜେଡିରେ ସାମିଲ ହେବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ , 2019 ନିର୍ବାଚନରେ କଂଗ୍ରେସରୁ ଲଢ଼ି ପରାସ୍ତ ହେବା ପରେ କଂଗ୍ରେସରୁ ଇସ୍ତପା ଦେଇଥିଲେ | ତାଙ୍କର ଅନେକ କେଡର, ନେତାଙ୍କୁ ବିଜେଡିରେ ସାମିଲ ମଧ୍ୟ କରିଥିଲେ | କିନ୍ତୁ ସେ ବିଜେଡିରେ ସାମିଲ ନହୋଇ ବିଜେଡି ପାଇଁ କାର୍ଯ୍ୟ କରୁଥିଲେ |

ଆଜି କିଛି ନିର୍ବାଚିତ ପ୍ରତିନିଧି ଓ ନେତାଙ୍କୁ ନେଇ ଶଙ୍ଖ ଧରିବେ ବୋଲି ଜଣାପଡିଛି | ପାରଳାଖେମୁଣ୍ଡିରେ କଂଗ୍ରେସର ବିଜୟ ପଟନାଯକ, ବିଜେପିର କେ.ନାରାୟଣ ରାଓ ପ୍ରର୍ଥି ହେବା ପ୍ରାୟତଃ ନିଶ୍ଚିତ ହୋଇସାରିଥିବା ବେଳେ ବିଜେଡିର ପ୍ରାର୍ଥି କିଏ ତାକୁ ନେଇ ଦ୍ବନ୍ଦ ଜାରୀ ରହିଛି | ଅନେକ ଆସାୟୀ ରହିଥିବା ସତ୍ତ୍ବେ ବିଜୁ ଜନତା ଦଳ ନିଜ ପ୍ରାର୍ଥି ପାରଳାଖେମୁଣ୍ଡି ପାଇଁ ଘୋଷଣା କରିନି | ସେପଟେ ଶିଳ୍ପପତି ତିରୁପତି ପାଣି ଗ୍ରାହୀଙ୍କ ପୁଅ ରୁପେଶ ପାଣୀଗ୍ରାହୀ ଙ୍କ ନାମ ଚର୍ଚାରେ ରହିଥିବା ବେଳେ ଦଳ ବୋଧେ ରାଜନୈତିକ ଦୃଷ୍ଟୀକୋଣରୁ କିଛି ଫଇସଲା ନେଇନି |

କିନ୍ତୁ ପାରଳାଖେମୁଣ୍ଡିରେ କଂଗ୍ରେସର ବିଜୟ ଓ ବିଜେଡିର ରୁପେସ ପ୍ରାର୍ଥି ହୁଅନ୍ତି ତେଲୁଗୁ ସମ୍ପ୍ରଦାୟର ଭୋଟ ଏକ ହୋଇ କେ.ନାରାୟଣ ରାଓଙ୍କ ଆଡକୁ ଯିବାର ସମ୍ବାବନା ଅଧିକ ରହିଥିବାରୁ ବିଜେପି ଏହି ସିଟ ଅତି ସହଜରେ ଜିତି ପାରେ | ସେପଟେ ଯଦି ବିଜେଡିରେ ସୁରୀୟା ରାଓ ସାମିଲ ହୋଇ ପ୍ରାର୍ଥି ହୁଅନ୍ତି ତେବେ କେବଳ ତେଲୁଗୁ ଭୋଟ ନୁହେଁ କଂଗ୍ରେସର ଭୋଟ ବ୍ୟାଙ୍କ ମଧ୍ୟ ଭାଗ କରିବାରେ ସଫଳ ହେଇପାରିବେ ଓ ବିଜେଡିକୁ ପାରଳାଖେମୁଣ୍ଡି ଆସନ ଜୀତିବା ସହଜ ହୋଇପାରିବ ବୋଲି ଚର୍ଚା ହୋଇ ଆସୁଛି  |

LEAVE A REPLY

Please enter your comment!
Please enter your name here