ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଶାନ୍ତି ଶୃଙ୍ଖଳା ଭାବେ ଗଞ୍ଜାମ ଓକିଲସଙ୍ଘର ନିର୍ବାଚନ ଶେଷ ହୋଇଯାଇଛି । ଗଞ୍ଜାମ ଓକିଲ ସଙ୍ଘର 1583ଜଣ ଆଇନ ଜୀବି ଯୋଗ୍ୟ ହୋଇଥିବା ବେଳେ 1389 ଜଣ ମତ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ।
ଓକିଲ ସଂଘର ସଭାପତି ଭାବେ ସର୍ବାଧିକ 686ଭୋଟ ପାଇ ସଭାପତି ଭାବେ ନୟନ ଚନ୍ଦ୍ର ମହାପାତ୍ର ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ 1121ଖଣ୍ଡ ଭୋଟପାଇ ରାମ ପ୍ରସାଦ ପଣ୍ଡା ନିର୍ବାଚିତ ହୋଇଥିବା ବେଳେ, ସମ୍ପାଦକ ଭାବେ 732 ଖଣ୍ଡ ଭୋଟ ଗିରିଜା ଶଙ୍କର ବେହେରା ଓ ମହିଳା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମୀରାବାଈ ପାଣିଗ୍ରାହୀ 851 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ପୁରୁଷ କାର୍ଯକାରିଣୀ ସଦସ୍ୟ ରୂପେ ପ୍ରଭାତ ପାତ୍ର, ମନୋଜ ନାୟକ, ପ୍ରଭାତ କୁମାର ନାୟକ, ଅନିରୁଦ୍ଧ କୁମାର ପାତ୍ର, ନିରଞ୍ଜନ ବେହରା, ରାଜେଶ ରାଉଳ ନିର୍ବାଚିତ ହୋଇଛନ୍ତି।