ପ୍ରେମ ପାଇଁ ନିଜ ସ୍ବାମୀକୁ ହତ୍ୟା କଲା 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପାଦର ଅଳତା ଲିଭିନି ହେଲେ ଲିଭି ଗଲା ଜୀବନ ଦୀପ , ସ୍ତ୍ରୀ ସାଜିଲା ସ୍ବାମୀର ହତ୍ୟାକାରି , ଯୋଜନାବଦ୍ଧ ଭାବେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଦେଲା , ସୁନା ଗହଣା ସବୁ ଲୁଟିନେଇ ପୋଲିସ ଓ ପରିବାର ଆଗରେ ନାଟକ ବି କଲା , ଶେଷରେ ପୋଲିସ ହାତରେ ବନ୍ଧା ହେଲା, ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଞ୍ଚଳରେ , ଗତ ୨୮ ତାରିଖ ବିଳମ୍ବିତ ରାତ୍ରୀରେ ପ୍ରେମିକ ଉପେନ୍ଦ୍ର ନେୟାଲ ପ୍ରେମିକା ଜୟ ଲକ୍ଷ୍ମୀ ସହ ମିଶି ବିବାହ ଭୋଜିରେ ଯୋଗଦେବା ପାଇଁ ଜାଇଥିବା ସ୍ବାମୀ ଲିଙ୍ଗରାଜ ଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରି କୋଲ୍ଡ ଡ୍ରିଙ୍କ ପିଇବା ବାହାନାରେ ଡାକି ଗାଁରୁ କିଛି ଦୂର ବାଇକ୍ ଯୋଗେ ଆସିବା ପରେ ସ୍କୃ ଡ଼୍ରାଇଭର ସାହାଯ୍ୟରେ ପ୍ରଥମେ ଲିଙ୍ଗରାଜୁର ବେକକୁ ଆକ୍ରମଣ କରିବା ଫଳରେ ବାଇକଟି ତଳେ ପଡିଯାଇଥିଲା ପରେ ଛାତିରେ ପଛପଟେ ସ୍କୃଡ୍ରାଇଭର ଯୋଗେ ଆକ୍ରମଣ କରିଥିଲେ । ଯାହାଫଳରେ ଲିଙ୍ଗରାଜୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଯାହା ସୁନା ଅଳଙ୍କାର ଥିଲା ବାହାର କରି ମୋଟର ସାଇକେଲରେ ବାତ୍ତିଲି ଚାଲିଯାଇଥିଲେ ।

ହତ୍ୟା ପରେ ପୋଲିସ ହତ୍ୟାର କାରଣ ଖୋଜି ବାହାର କରିଛି, ଜୟଲକ୍ଷ୍ମିଙ୍କ ବିବାହର ଚାରି ବର୍ଷ ପୁର୍ବରୁ ଆନ୍ଧ୍ର ପ୍ରଦେଶର ବାତ୍ତିଲି ଗ୍ରାମର ଉପେନ୍ଦ୍ର ନେୟାଲାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ବିବାହ ପରେ ମଧ୍ୟ ଲିଙ୍ଗରାଜୁର ଅନୁପସ୍ଥିତିରେ ଉଭୟେ ଅବୈଧ ସମ୍ପର୍କ ରଖି ଆସୁଥିଲେ । ଉଭୟେ ଜୟ ଲକ୍ଷ୍ମୀ ଓ ଉପେନ୍ଦ୍ର ପ୍ରତ୍ୟେକ ସମୟରେ ମୋବାଇଲ ମାଧ୍ୟମରେ କଥାବାର୍ତ୍ତା କଥା ହେବା ସହ ସମ୍ପର୍କରେ ରହୁଥିଲେ । ତା ପରେ ଆରମ୍ଭ ହୋଇଥିଲା ଲିଙ୍ଗରାଜୁଙ୍କୁ ଜୀବନରେ ମାରିଦେବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର।

ତେବେ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଗୁରାଣ୍ଡି ପୋଲିସ ଉଭୟ ଜୟ ଲକ୍ଷ୍ମୀ ଓ ଉପେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତିନୋଟି ମୋବାଇଲ, ହତ୍ୟା ବେଳେ ବ୍ୟବହାର କରାଯାଇଥିବା ସ୍କୃଡ୍ରାଇଭର , ସୁନା ଚେନ, ସୁନା ଆଙ୍ଗୁଳି ଏବଂ ହିରୋହଣ୍ଡା ମୋଟର ସାଇକେଲ ଜବତ କରି ତଦନ୍ତ ଜାରି ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଏସ.ପି ଏସ୍ ସ୍ୱାତି କୁମାର ।

LEAVE A REPLY

Please enter your comment!
Please enter your name here