ବିଜେଡିର ମାଷ୍ଟର ପ୍ଲାନ : ଏଥର ମୈଦାନରେ ନ୍ୟୁ ଜେନେରେସନ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଘୋଷଣା ହୋଇଛି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ୨୭ ବିଧାନସଭା ଓ ୫ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ଏହି ପ୍ରାର୍ଥୀ ଘୋଷଣା ସହ ବଡ ମାଷ୍ଟର ପ୍ଲାନ ଖେଳିଛି ବିଜେଡି । ଦଳ ଅନେକ ସ୍ଥାନରେ ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ ଓ ବାପା ବଦଳରେ ପୁଅଙ୍କୁ ଦେଇଛି ଟିକେଟ । ତେବେ ଏହି ପ୍ଲାନ ବିଜେଡିକୁ କେତେ ସଫଳ କରାଇବ ତାହା ଦେଖିବା ବାକି ରହିଲା l

ମୋରଡା ନିର୍ବାଚନ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବା ରାଜକିଶୋର ଦାସଙ୍କ ସ୍ଥାନରେ ଏଥର ତାଙ୍କ ସ୍ତ୍ରୀଙ୍କୁ ଟିକେଟ ଦେଇଛି ଦଳ । ରାଜକିଶୋର ୨୦୦୯ ଓ ୨୦୧୪ରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ଏହାପରେ ୨୦୧୯ରେ ବିଜେଡି ଟିକେଟରୁ ଜିତି ବିଧାୟକ ହୋଇଥିଲେ । ସେହିପରି ବଡସାହି ନିର୍ବାଚନ ମଣ୍ଡଳୀରୁ ଗଣେଶ୍ୱର ପାତ୍ର ୨୦୦୯ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ । ଏହାପରେ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଆଉ ସେହି ବର୍ଷ ବିଜେପି ବିଜୟୀ ହୋଇଥିଲା । ତେବେ ଏଥର ବିଜେଡି ନିଜ ଗଡକୁ ଫେରିବା ପାଇଁ ବଡସାହିରେ ଗଣେଶ୍ୱରଙ୍କ ପତ୍ନୀ ଅନସୂୟାଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି । ସେପଟେ କିଛି ସ୍ଥାନରେ ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ ଦେଇ ନୂଆ ଚାଲ ଖେଳିଛି ବିଜେଡି । ମାହାଙ୍ଗାର ବଡେ ନେତା ତଥା ବିଧାୟକ ପ୍ରତାପ ଜେନାଙ୍କୁ ଏଥର ଟିକେଟ ଦେଇନି ଦଳ । ପ୍ରତାପ ଜେନା ୨୦୧୪ରୁ ମାହାଙ୍ଗାରୁ ବିଧାୟକ ରହିଆସିଛନ୍ତି । ହେଲେ ବିବାଦ କାରଣରୁ ଏଥର ଦଳ ତାଙ୍କୁ ଟିକେଟ ନଦେଇ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି ବିଜେଡି ।

ସେହିପରି ପାରଳାଖେମୁଣ୍ଡିରେ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି ବିଜେଡି । ତିରୁପତି ପାଣିଗ୍ରାହୀ ୨୦୧୯ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ହେଲେ ଦଳ ତାଙ୍କ ପୁଅକୁ ଏଥର ଟିକେଟ ଦେଇଛି । ସେହିପରି ରାଜଗାଙ୍ଗପୁରରେ ମଙ୍ଗଳା କିଷାନଙ୍କ ପୁଅ ଅନୀଲ ବରୱାଙ୍କୁ ଟିକେଟ ଦେଇଛି ଦଳ । ୨୦୧୪ରେ ବିଜେଡିରୁ ମଙ୍ଗଳା କିଷନ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କଂଗ୍ରେସ ରାଜଗାଙ୍ଗପୁରରେ ବିଜେୟୀ ହୋଇଥିଲା ।

ଆଉ ଏଥର ନିଜ ଗଡକୁ ଫେରିବାକୁ ଦଳ ମଙ୍ଗଳା କିଷନଙ୍କ ସ୍ଥାନରେ ତାଙ୍କ ପୁଅ ଅନୀଲ ବରୱାଙ୍କୁ ଟିକେଟ ଦେଇଛି । ବିଜେଡିର ଭେଟେରାନ ଅନଙ୍ଗ ଉଦୟ ସିଂଦେଓ । ସେ ବି ନିର୍ବାଚନ ରାଜନୀତିରୁ ସନ୍ୟାସ ଘୋଷଣା ପରେ ବାପାଙ୍କ ମଙ୍ଗ ଧରି ନିର୍ବାଚନୀ ବୈତରଣୀ ପାରିହେବାକୁ ପଣ କରିଛନ୍ତି ବଡ଼ପୁଅ କଳିକେଶ ନାରାୟଣ ସିଂଦେଓ । ପୂର୍ବରୁ ଦୁଇ ଦୁଇ ଥର ସାଂସଦ ବନିଥିବା କଳିକେଶ ଗତଥର ପରାଜୟ ଏବଂ ବାପାଙ୍କ ସନ୍ୟାସ ପରେ ଏଥର ବଲାଙ୍ଗିର ବିଧାନସଭା ସିଟରେ ବିଜେଡି ଟିକଟରେ ଭାଗ୍ୟ ପରୀକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here