ସବ୍ ରେଜିଷ୍ଟେର ଅଫିସ ପରିସରରେ ୧୪୪ ଧାରା

0

ଗଜପତି (ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ସବରେଜିଷ୍ଟେର କାର୍ଯ୍ୟାଳୟର କୋର୍ଟ ରୁମରେ ପସି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟ ରତ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇଛି | କାଉଁସିଲର ଈ.ନାରାୟଣ ରାଓ ଓ ଅନ୍ୟ ମାନଙ୍କ ନାମରେ ମାମଲା ରୁଜୁ କରି ପାରଳାଖେମୁଣ୍ଡି ପୋଲିସ ସିଆରପିସି ୪୧ ଧାରାରେ ଛାଡିଦେଇଛି | ସବ୍ ରେଜିଷ୍ଟେର ଈଶ୍ୱର ଚନ୍ଦ୍ର ସାହୁଙ୍କ ଅଭିଯୋଗ ପ୍ରକାରେ ସରକାରି ଦପ୍ତର ମଧ୍ୟରେ ପଶି ଆକ୍ରମଣ, କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା , କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ ଭଳି ଏକାଧିକ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ | ଆକ୍ରମଣ ରେ ସାମିଲ ଥିବା ଓ ଘଟଣା ସମୟରେ ଉପସ୍ଥିତ ଥିବା କିଛି ଲୋକ କୁ ଡାକି ପଚରା ଉଚରା କରିଛି ପୋଲିସ । ଘଟଣା ପରେ ସରକାରି ସମ୍ପତ୍ତିର ସୁରକ୍ଷା ସହ ନିଜକୁ ଅସୁରକ୍ଷିତ ମନେ କରିବା ସହ ଦୃର୍ବୁତ୍ତ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ସହ ପ୍ରଶାସନକୁ ନିବେଦନ ପରେ ପ୍ରଶାସନ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ସବ୍ ରେଜିଷ୍ଟେର କାର୍ଯ୍ୟଳୟକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେଈଛି | କାର୍ଯ୍ୟଳୟ ପରିସରରେ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଇବା ସହ ପରିସରରେ ୧୪୪ ଧାରା କରିଛି ପ୍ରଶାସନ । ସିସି ଟିଭି ଭିଡିଓ ଆଧାରରେ ଅନ୍ୟ ମାନଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ସବ୍ ରେଜିଷ୍ଟାରଙ୍କ ଚଉକି ଫିଙ୍ଗିବା ସହ ତାଙ୍କ କଲର ଧରି ଅସଭ୍ୟ ଭଷାରରେ ଗାଳି ଦେବା ପରେ ମଧ୍ୟ କେବଳ ଥାନାରେ ମାମଲା ଟିଏ ଦେଇ ଚୁପ ରହିଗଲେ ଅଧିକାରୀ | ଗଣମାଧ୍ୟମ ବାରମ୍ବାର ସବ୍ରେଜିଷ୍ଟାରଙ୍କ ଦ୍ବାରସ୍ଥ ହୋଇ ତାଙ୍କ ପ୍ରତି ହୋଇଥିବା ଆକ୍ରମଣ ବିଷୟରେ ପତିକ୍ରୀୟା ମାଗିବାରୁ ସେ ଉଚ୍ଚ କର୍ତ୍ତୁପକ୍ଷ ମନା କରିଥିବା କହିଥିଲେ | ଏପରିକି ଗଣମାଧ୍ୟମ ପ୍ରତିନିଧିମାନେ ଏଡିଏମ୍ ରାଜସ୍ବଙ୍କୁ ଏସମ୍ପର୍କରେ ପତିକ୍ରୀୟା ମାଗିବାରୁ ସେ ସବ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ପତିକ୍ରୀୟା ଦେବାକୁ କିନ୍ତୁ ସବ୍ ରେଜିଷ୍ଟାରଙ୍କୁ ଯୋଗାଯୋଗ ପରେ ମଧ୍ୟ ପତିକ୍ରୀୟା ମିଳିଲା ନାହିଁ | ତେବେ ଗୋଟିଏ ସର୍ବସାଧାରଣ କାର୍ଯ୍ୟାଳୟର କୋର୍ଟ ପରିସରରେ ଜଣେ ସରକାରୀ କର୍ମଚାରୀଙ୍କୁ ଏ ସ୍ତରର ଆକ୍ରମଣର ଶୀକାର ହେବା ପରେ ଗଣମାଧ୍ୟମକୁ ଉକ୍ତ କର୍ମଚାରୀ ଦୁରରେ ରଖିବା ନିଶ୍ଚିତ ଭାବେ ଅଧିକ ତଦନ୍ତ ପାଇଁ ପୋଲିସର ମୁଣ୍ଡ ବଥା ସାଜିଛି |

ସେପଟେ ଏକ ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ସେହି ଫୁଟେଜ ଗଣମାଧ୍ୟମକୁ ପୋଲିସ ନା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପ୍ରଦାନ କରିଛି | କାରଣ ଏହି ଘଟଣାରେ ଏକାଧିକଲୋକଙ୍କ ସାମିଲ ଥିବାରୁ ଅନ୍ୟ କୌଣସି କାରଣ ରଖି ଘଟଣାକୁ ରଙ୍ଗ ଦିଆଯାଉନାହିଁ ତ ବୋଲି ଜିଲ୍ଲାରେ ଚର୍ଚ୍ଚା ବିଷୟ ପାଲଟିଛି | ସେପଟେ ୧୪୪ ଧାରା ଜାରୀ ହୋଇଛି ସବ ରେଜିଷ୍ଟର କାର୍ଯ୍ୟାଳୟରେ ଓ କିଛି ବ୍ୟକ୍ତିଙ୍କୁ କାର୍ଯ୍ୟାଳୟକୁ ବିନା କାର୍ଯ୍ୟରେ ଜିବା ପାଇଁ ବାରଣ କରାଯାଇଛି | ଏଥିରେ ଖିଲାପ କଲେ ଗିରଫ କରାଯିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରସାନ୍ତ ଭୂପତି କହିଛନ୍ତି l

LEAVE A REPLY

Please enter your comment!
Please enter your name here