ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିନେଇ ୧୧୯ତମ ଘଣ୍ଟ ବିକ୍ଷୋଭ କରାଯାଇଥିଲା। ଦାବି ଗୁକିକ ମଧ୍ୟରେ ରହିଥିଲା ବିଭିନ୍ନଏମକେସିଜି ମେଡିକାଲ ପରିସରରେ ବେନିୟମ ଭାବେ ଆଦାୟ ହେଉଥିବା ପାର୍କିଂ ଫି ବନ୍ଦ,କଟକ, ଭୁବନେଶ୍ୱରରେ ଘର ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ଭଳି ବ୍ରହ୍ମପୁରରେ ମଧ୍ୟ ବର୍ଦ୍ଧିତ ଟିକସ ସଂଗ୍ରହ ବନ୍ଦ,ଏମକେସିଜି ମେଡିକାଲ ବହିର୍ବିଭାଗରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଓ ଅନ୍ତଃବିଭାଗରେ ପରିଦର୍ଶନରେ ଆଦୌ ଯାଉନଥିବା କିଛି ଅସାଧୁ ବରିଷ୍ଠ ଡାକ୍ତର ପ୍ରଫେସରଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହି ବିକ୍ଷୋଭ ରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ସାଲ୍ଲା କେଶବ ଲିଙ୍ଗମ,ପି. ନାଗେଶ୍ୱର ରାଓ,ଶିବ ସୁନ୍ଦର ରଥ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କବିରାଜ ସାହୁ, ସାଧୂ ଚରଣ ବେହେରା, ଜୟକୃଷ୍ଣ ନାୟକ, ରମେଶ ପ୍ରସାଦ ଦାସ, ଗଗନ ଚାନ୍ଦ ପ୍ରଧାନ, କେ. ଏନ. ସେନାପତି, ମନୋଜ କୁମାର ତରାଇ, କେ. ଶ୍ରୀନିବାସ ରାଓ, ଅଳକା ନାଥ ମିଶ୍ର, ରାମଚନ୍ଦ୍ର ବାଡ଼ତ୍ୟା, ସଂଜୀବ କୁମାର ପଟ୍ଟନାୟକ,କାହ୍ନୁ ଚରଣ ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l