ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
Oplus_131072

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର, ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରଚାର ଓ ପ୍ରସାର ବିଭାଗ ମୁଖ୍ୟ ତଥା ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର,ରାଜ୍ୟ ମିଡ଼ିଆ ସଂଯୋଜକ ସୁଜିତ୍ କୁମାର ଦାସ,ରାଜ୍ୟ ପ୍ରବକ୍ତା ଅନିଲ ବିଶ୍ୱାଳ,ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ,ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ. ଅନିଲ କୁମାର,ଗୋପାଳପୁର ବିଧାନସଭା ପ୍ରାର୍ଥୀ ବିଭୂତି ଭୂଷଣ ଜେନା,ଚଳଚ୍ଚିତ୍ର ଅଭିନେତା ତଥା ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରିଥିଲେ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ । ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଐତିହାସିକ ପୃଷ୍ଠଭୂମି ଅଛି ।

କିନ୍ତୁ ଦୀର୍ଘ ଦିନର ଅପାରଗ ଓ ସ୍ଥାଣୁ ନେତୃତ୍ବ ଯୋଗୁଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଦିଲ୍ଲୀ ଦରବାରରୁ ତାର ନ୍ୟାୟ ଦାବୀ କରିବାରେ ବିଫଳ ହୋଇଛି । ସାଲିସ ଓ ମୁଣ୍ଡପୋତା ନେତୃତ୍ବ ବ୍ରହ୍ମପୁରର ବିକାଶରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ବ୍ରହ୍ମପୁର ସହର ତଥା ଏହାର ଆଖ ପାଖ ଅଞ୍ଚଳର ଆଇନ ସୁରକ୍ଷା କଥା ନ କହିଲେ ଭଲ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଏକ ନମ୍ବର I ନାରୀ ନିର୍ଯାତନା, ହତ୍ୟାରେ, ସମଗ୍ର ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ଆଜି ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି । ରାଜ୍ୟ ସରକାର ଜଙ୍ଗଲରେ କେତେ ବାଘ ଅଛି ଗଣି ପାରୁଥୁବା ବେଳେ ଗଞ୍ଜାମ ଜିଲ୍ଲାରୁ କେତେ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରୁଛନ୍ତି ତାହାର ହିସାବ ନାହିଁ ।

ଶୁଣାଯାଉଛି ଜିଲ୍ଲାରୁ ପାଖାପାଖି ସାତ ଲକ୍ଷ ଲୋକ ଖଟନ୍ତି ଅନ୍ୟ ରାଜ୍ୟରେ । ପଚିଶି ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସବୁଠାରୁ ଅଧିକ ଦାଦନ ଶ୍ରମିକ । ଜିଲ୍ଲାରେ ଶୀତଳ ଭଣ୍ଡାରଟିଏ ନାହିଁ । କୃଷି ଓ କୃଷକଙ୍କ ଉନ୍ନତି କରିବାରେ ନବୀନ ସରକାର ସମ୍ପୂର୍ଣ ବିଫଳ ହୋଇଛି I ଚାଷୀର ଜମିକୁ ପାଣି ଯୋଗାଇବାର ପ୍ରତିଶ୍ରୁତି ପଚିଶି ବର୍ଷ ହେଲା ପୂର୍ଣ୍ଣ ହୋଇପାରିଲା ନାହିଁ । କିଆଫୁଲ ଚାଷୀ, ମତ୍ସ୍ୟଜିବୀ, ଆଖୁଚାଷୀ ମାନଙ୍କ ଅବସ୍ଥା ଶୋଚୋନୀୟ ।

ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭର ଯୋଗ୍ୟ ବଡ଼ ମେଡ଼ିକାଲରେ ପଚାଶ ପ୍ରତିଶତ ଭାଗ ଡାକ୍ତର ନାହାନ୍ତି । ନବୀନ ସରକାରଙ୍କର ଅବହେଳାରେ ମୂର୍ତିମନ୍ତ ପ୍ରତୀକ ହେଉଛି ବଡ଼ ମେଡ଼ିକାଲ । ବ୍ରହ୍ମପୁର ସହରରେ ମହାନଗର ନିଗମର ଦୁର୍ନୀତି କଥା କହିଲେ ଏକ ଗ୍ରନ୍ଥ ହେବ । ଘର ପାନୁ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ଓ କେନ୍ଦ୍ରସରକାର ଦେଉଥିବା ଅନୁଦାନକୁ ଉପଯୁକ୍ତ ଭାବରେ ବିନିଯୋଗ କରିବାକୁ ଦାବୀ କରୁଛୁ । ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହରକୁ ଜାନିବିଲି ପ୍ରକଳ୍ପରୁ ଯୋଗାଇ ଦିଆଯାଉଥିବା ପାଣିରେ ଶୁଭ ଉଦଘାଟନ କଲେ । କିନ୍ତୁ ଆଜି ମଧ୍ୟ ସହରର ତିରିଶି ପ୍ରତିଶତ ଭାଗ ଅଞ୍ଚଳକୁ ପିଇବା ପାଣିର ସୁଯୋଗ ମିଳିଲା ନାହିଁ I

ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ଶିଳ୍ପ ବିହୀନ ଜିଲ୍ଲା I ବିଜେଡ଼ି ଦଳ ଓ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ବିକାଶ ପାଇଁ ଗତ ପଚିଶି ବର୍ଷ ମଧ୍ୟରେ ସାମଗ୍ରିକ ଭାବରେ କୌଣସି ପଦକ୍ଷେପ ନେଲେ ନାହିଁ । ନିର୍ବାଚନ ସମୟରେ ଗୁଣ୍ଡା ଓ ଚକ୍ରାନ୍ତ ବ୍ୟବହାର କରିବା ସହ ସରକାରୀ ପୁଲିସକୁ ବ୍ୟବ‌ହାର କରି ବିଜେଡ଼ିର ନିର୍ବାଚନ ରଣକୌଶଳକୁ ଏଇଥର ଜନସାଧାରଣ ବୁଝି ସାରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଅବକି ବାର୍ ଚାରିଶହ ପାର୍ ସହ ଓଡ଼ିଶାରେ ଡ଼ବଲ୍ ଇଞ୍ଜିନ୍ ସରକାର ଆସିବ ବୋଲି କହିଥିଲେ ଡ଼ଃ ପ୍ରଦୀପ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here