ନୋଇଭଙ୍ଗା ଗୁରୁକୁଳ ଆବାସିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅଧିନସ୍ଥ ନୁଆଁଗାଁ ଗ୍ରାମ ପଞ୍ଚାୟତ ଅଧୀନ ନୋଇଭଙ୍ଗା ଗ୍ରାମ ର ଗୁରୁକୁଳ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରରୁଆଁ ବ୍ଲକ କାର୍ଯ୍ୟଳୟ ଅଧିକାରୀ ପ୍ରେମାନନ୍ଦ ବେହେରା ଯୋଗ ଦେଇଥିବା ବେଳେ ସନ୍ନମାନୀୟ ଅଥିତି ଭାବେ ଗୁରୁଜୀ ଶ୍ରୀବନ୍ତ ଗିରି,ରରୁଆଁ ବ୍ଲକ ଅଧ୍ୟକ୍ଷ ଅଜିତ କୁମାର ତିରିଆ, ଗୁରୁକୁଳ ଆବାସିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର,ସେହିପରି ବିଦ୍ୟାଳୟର ପରିଚାଳକ ପ୍ରପେସର ସୁମନ୍ତ କୁମାର ଗିରି ଏବଂ ବିଦ୍ୟାଳୟ ର ପ୍ରପେସର ଉମାକାନ୍ତ ସିଂ ଯୋଗ ଦେଇଥିଲେ |

ତେବେ ମୁଖ୍ୟ ବକ୍ତା ଭାବେ ରରୁଆଁ କଲେଜ ଇଂରାଜୀ ବିଭାଗର ପ୍ରପେସର ମନ୍ମଂଥ କୁମାର ମହାନ୍ତ ଯୋଗ ଦେଇଥିଲେ ଏବଂ ମାନ୍ୟବର ବକ୍ତା ଭାବେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ଇଂରାଜୀ ବିଭାଗର ପ୍ରପେସର ସ୍ୱାଧୀନ କୁମାର ସିଂ ଯୋଗ ଦେଇ |

ସଭାପ୍ରାରମ୍ଭରେ ଅତିଥିଗଣଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ଗାନ କରାଯାଇଥିଲା | ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ରଭକ୍ତି ଉପରେ ଦିଗଦର୍ଶନ ଦେଇଥିବା ବେଳେ ମୁଖ୍ୟ ବକ୍ତା ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତୀତା, ଏକାଗ୍ରତା ଓ ଗୁରୁଜନମାନଙ୍କୁ ଭକ୍ତି କରିବା ପାଇଁ ଉପଦେଶ ଦେଇଥିଲେ | ଏହାପରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ମାନ ପୁରସ୍କୃତ କରିଥିଲେ | ପରେ ପରେ ରଙ୍ଗାରଙ୍ଗ ସାଂସ୍କତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ଏହାର ଅକୋପାଖ ଅଞ୍ଚଳର ବହୁ ସଂଖ୍ୟକ ମହିଳା ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା |ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷିକା ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here