ରମେଶ ଜେନାଙ୍କ ଗଡ଼କୁ ଭେଦ କରିବ କିଏ

0
Oplus_131072

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ସାନଖେମୁଣ୍ଡି ରମେଶ ଜେନା ଓ କଂଗ୍ରେସର ଗଡ ହୋଇରହିଛି । କୁହାଯାଉଛି, ସାନଖେମୁଣ୍ଡିରେ ତାଙ୍କୁ ଟକ୍କର ଦେଲା ଭଳି ନେତା ବିଜେଡି ବିଜେପି ପାଉନାହିଁ । କଂଗ୍ରେସ ଗଞ୍ଜାମର ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ ରମେଶ ଜେନାଙ୍କୁ ପ୍ରାର୍ଥୀ ଘୋଷଣାର ସପ୍ତାହେ ବିତିଗଲାଣି । କିନ୍ତୁ ବିଜେପି ଓ ବିଜେଡିର ପ୍ରାର୍ଥୀ ତାଲିକାରେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରୁନାହିଁ । ପ୍ରକୃତରେ ବିଜେଡି, ବିଜେପିକୁ ପ୍ରାର୍ଥୀ ମିଳୁନାହାନ୍ତି ନା ରମେଶ ଜେନାଙ୍କୁ ଟକ୍କର ଦେଲା ଭଳି ପ୍ରାର୍ଥୀ ଖୋଜୁଛନ୍ତି ଦୁଇଦଳ, ତାକୁ ନେଇ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ସାନଖେମୁଣ୍ଡିର ଭୋଟର ବି ବିଜେଡି, ବିଜେପିର ପ୍ରାର୍ଥୀ ଘୋଷଣାକୁ ଅନେଇ ରହିଛନ୍ତି ।୨୦୧୪ ଓ ୨୦୧୯ରେ ସାନଖେମୁଣ୍ଡି ରାଜପରିବାରକୁ ବିଜେଡି ଟିକେଟ ଦେଇଥିଲା ପରେ ୨୦୦୯ ଓ ୨୦୧୯ରେ କଂଗ୍ରେସ ଏଠାରୁ ଜିତିଛି l

ଆଉ ୨୦୧୪ରେ ବିଜେଡି ଏଠାରେ ବିଜୟୀ ହୋଇଥିଲା> ୨୦୧୪ ଓ ୨୦୧୯ରେ ସାନଖେମୁଣ୍ଡି ଆସନରେ କଂଗ୍ରେସର ରମେଶ ଜେନା ଓ ବିଜେଡିର ନନ୍ଦିନୀ ଦେବୀଙ୍କ ମଧ୍ୟରେ ଟକ୍କର ହୋଇଥିଲା । ୨୦୧୯ରେ ରମେଶ ଜେନାଙ୍କ ବିଜୟ ବ୍ୟବଧାନ ଅଧିକ ଥିଲା ।ସାନଖେମୁଣ୍ଡିରେ ବିଜେପିର ଭୋଟହାର ବହୁତ କମ ଥିଲା । ଏଭଳି ସ୍ଥିତିରେ ସାନଖେମୁଣ୍ଡିର କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ଏଥର ବି ରମେଶ ଜେନା ଜିତିବେ ବୋଲି ଦୃଢୋକ୍ତି କରିଛନ୍ତି । କୁହାଯାଉଛି, ଏଥର ବି ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀ ଓ ତାଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଟିକେଟ ଆଶାୟୀ ଅଛନ୍ତି । କିନ୍ତୁ ବିଜେଡିର ଏକ ଗୋଷ୍ଠା ସେମାନଙ୍କୁ ବିରୋଧ କରୁଛନ୍ତି । ତେଣୁ ଏଥର ରାଜପରିବାରୁ କିଏ ଟିକେଟ ପାଇବ ନା ଦ୍ୱିତୀୟ ବ୍ୟକ୍ତିଙ୍କ ଉପରେ ବିଜେଡି ଭରସା କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

LEAVE A REPLY

Please enter your comment!
Please enter your name here