ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଗତ କିଛିଦିନ ଧରି ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏବେ ପୁଣି ରାଜ୍ୟକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଫେରୁଛି । ଏତେ ଗରମ ହେବ ଯେ, ତାତିର ଜ୍ବଳାରେ ଜଳିବ ସାରା ଓଡିଶା । 14 ତାରିଖରୁ ଧୀରେ ଧିରେ ତାପମାତ୍ରା ବୃଦ୍ଧି ହେବାକୁଥିବା ବେଳେ ଆସନ୍ତା ଏପ୍ରିଲ ୧୭ ରୁ ୨୦ ଯାଏଁ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ପାଖାପାଖି 13 ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଅହେତୁହ ହ୍ରାସ ହୋଇଛି । କିନ୍ତୁ ଆସନ୍ତା 14 ତାରିଖରୁ ରାଜ୍ୟର ଧିରେ ଧିରେ ତାପମାତ୍ରା ବୃଦ୍ଧି ପାଇବ । ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ୧୬ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଏପ୍ରିଲ ୧୭ ରୁ ୨୦ ତାରିଖ 4 ଦିନ ଧରି ରାଜ୍ୟରେ ଅଗ୍ନିବର୍ଷା ଭଳି ପରିସ୍ଥିତି ହେବ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ 13 ଡିଗ୍ରୀ ଯାଏଁ ବଢିବ ପାରଦ । ପ୍ରବଳ ଖରାକୁ ନଜରରେ ରଖି ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଥିବା ବେଳେ ଏହି ଗ୍ରୀଷ୍ମ ପ୍ରଭାବ ଶରୀର ପାଇଁ ଘାତକ ହୋଇପାରେ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।