ମହା ବିଷୁବ ପଣା ସଂକ୍ରାନ୍ତି ବା ବନ୍ଧୁ ମିଳନ ଉତ୍ସବ ୨୦୨୪ 

0

ରାୟଗଡ ( ବିପ୍ଲବୀ ପରିକ୍ରମା ):- ରାୟଗଡ ପବିତ୍ର ମହାବିଷୁବ ପାଣା ସଂକ୍ରାନ୍ତି ଉପଲକ୍ଷେ ରାୟଗଡ଼ା ସହରର ପ୍ରତ୍ୟେକ ହନୁମାନ ମନ୍ଦିର ସମେତ ସହ ସହର ରେ ରହିଥିବା ଅନ୍ୟ ଦେବାଳୟ ଓ ଦେବୀ ମନ୍ଦିର ମାନଙ୍କରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ସନ୍ଧ୍ୟା ସମୟ ରେ ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ରାୟଗଡ଼ା ତରଫରୁ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମାଁ,ଏବଂ ଶ୍ରଦ୍ଧା ଶ୍ରୀ କ୍ଷେତ୍ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଆଜ୍ଞା ମାଳ ଘେନି ମହା ଆଡ଼ମ୍ବର ସହକାରେ ବାଣ ଫୁଟାଇ ବାଜା ବଜେଇ ନୃତ୍ୟ ଗୀତ ର ତାଳେତାଳେ ସହର ପରିକ୍ରମା କରି ସ୍ଥାନୀୟ ବିଜୁପଟ୍ଟନାୟକ ଅଡିଟୋରିୟମ ଠାରେ ପହଞ୍ଚି ଥିଲା l ଏହି ଅବସରରେ ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ରାୟଗଡ଼ା ତରଫରୁ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉତ୍ସବ ଉପଲକ୍ଷେ ବିଭିନ୍ନ କଳା ସଂସ୍କୃତି ପରମ୍ପରା ପ୍ରଦର୍ଶନ କରିବା ସହିତ ଧୁମ ଧାମରେ ପାଳନ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ଦ୍ୱାରା ପଞ୍ଜିକା ପଠନ,ହନୁମାନ ଚାଲିସା ପଠନ କରାଯାଇଥିବେଳେ। ନବ ବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପାଇଁ ପଣା ଏବଂ ଅନ୍ନ ପ୍ରାସାଦ ସେବନ ବ୍ୟବସ୍ଥା କାରାଯାଇଥିଲା , ଏହି ପେରିପ୍ରେକ୍ଷୀରେ ସହରର ଓ ସହରର ବାହାରୁ ପ୍ରାୟ 5ହଜାର ଶ୍ରଦ୍ଧାଳୁ ଯୋଗଦାନ କରି ପବିତ୍ର ପଣା ସଂକ୍ରାନ୍ତି ର ପଣା ଓ ଅର୍ଣ୍ଣ ପ୍ରସାଦ ଗ୍ରହଣ କରିଥିବାବେଳେ। ମନରଞ୍ଜନ ପାଇଁ ସ୍ଥାନୀୟ କଳାକାରଙ୍କ ଦ୍ବାରା ଭଜନ ସନ୍ଧ୍ୟା,ଓଡିଶୀ ନୃତ୍ୟ, ଓଡ଼ିଆଣି ବହୁ,କୁନି କୁନି କଳାକାରଙ୍କ ଦ୍ୱାରା ମନ୍ତ୍ରମୁଗ୍ଧ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା , ଯାହାକୁ ନେଇ ଦର୍ଶକ ମନଭରି ଉପଭୋଗ କରିଥିଲେ।

ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ମହାବିଷୁବ ବନ୍ଧୁ ମିଳନ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟ କ୍ରମ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ବିଜେଡି ବିଧାୟକ ପାର୍ଥି ଅନୁସୂୟା ମାଝୀ,କଂଗ୍ରେସ ବିଧାୟକ ପାର୍ଥି ଆପଲସ୍ୱାମୀ କାଡ଼ରାକା,ବିଜେପି ନେତା ବସନ୍ତ ଉଲ୍ଲାକା ପ୍ରମୁଖ ଯୋଗ ଦେଇଥିବାବେଳେ। ଅନୁଷ୍ଠାନର ସଭାପତି ନିରଞ୍ଜନ ବକ୍ସିପାତ୍ର,ସଦସ୍ୟ ରଞ୍ଜନ ରଥ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here