ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭୁବନେଶ୍ୱର ଲୋକସଭା ଆସନରେ ଏଥର ହେବ ତ୍ରିମୁଖୀ ଲଢେଇ । ବିଜେପିରୁ ଅପରାଜିତା ଷଡଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ଓ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହେବା ପରେ ରୋଚକ ଲଢେଇ ହେବା ସ୍ପଷ୍ଟ ହୋଇଛି । ତେବେ ୟାସିର ନୱାଜଙ୍କ ଭୋଟ କେତେ ନିର୍ଣ୍ଣାୟକ ହେବେ ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।ଜୋରଦାର ଲଢ଼େଇ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ଲୋକସଭା ମଇଦାନ ।
ପ୍ରସ୍ତୁତ ହେଲେଣି ତିନି ଦଳର ନେତା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ରିପିଟି କରିଥିବା ବେଳେ ମନ୍ମଥ ରାଉତରାୟଙ୍କୁ ବିଜେଡି ମଇଦାନକୁ ଓହ୍ଲାଇଛି । ଆନ୍ଦୋଳନର ଚେହେରା ଭାବେ ପରିଚିତ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।୨୦୧୯ ନିର୍ବାଚନରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ପାଇଥିଲେ ୪,୮୬,୯୯୧ ଭୋଟବିଜେଡିର ଅରୂପ ପଟ୍ଟନାୟକଙ୍କୁ ମିଳିଥିଲା ୪,୬୩,୧୫୨>ସିପିଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ପାଇଥିଲେ ୨୩,୦୨୬ ଭୋଟ ପାଇଥିଲେ ତେଣୁ ଏଥର ଭି କଣ୍ଠେ କି ଟକ୍କର ହୋଇପାରେ l
ଗତ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନକୁ ସିପିଏମକୁ ଛାଡ଼ି ଦେଇଥିଲା କଂଗ୍ରେସ । ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟ ମହାନ୍ତି ୧ ଲକ୍ଷ ୪୫ ହଜାର ଭୋଟ ପାଇବାକୁ ସକ୍ଷମ ହୋଇଥିଲେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସର ପକେଟ ଭୋଟ ରହିଛି । ଏଥର ଦଳ ପ୍ରାର୍ଥୀ ଦେଇଥିବାରୁ ଏଠି ପ୍ରଶ୍ନ ଉଠୁଛି – ତିନି ପ୍ରାର୍ଥୀଙ୍କ ମଧ୍ୟରୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ରହିଛି ନିର୍ବାଚନ ଅଭିଜ୍ଞତା । ଅନ୍ୟ ଦୁଇ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ନୂଆ । ଅପରାଜିତାଙ୍କ ଅଭିଜ୍ଞତା ରହିଥିବା ବେଳେ ବିଜେଡିର ମନ୍ମଥ ଓ ୟାସିର ନୱାଜ, ନିଜ ନିଜ ସଂଗଠନର ଶକ୍ତି ଅନୁସାରେ ଲଢ଼ିବେ ନିର୍ବାଚନ ।