ବାରିପଦା ( ବିପ୍ଲବୀ ପରିକ୍ରମା ):- ବାରିପଦା ସହର ଏବେ ଉତ୍ତପ୍ତ ସହର ରୂପେ ପରିଗଣିତ।ଫଳରେ ପ୍ରଚଣ୍ଡ ରୌଦ୍ର ତାପରେ ବାରିପଦା ବସଷ୍ଟାଣ୍ଡ ପାଖରେ ତୃଷ୍ନା ମେଣ୍ଟାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଥଚାରି।ଏଭଳି ପରିସ୍ଥିତି କୁ ଦୃଷ୍ଟିରେ ରଖି କିଛି ଯୁବକ ସେବା ମନବୃତି ନେଇ ଆଗକୁ ଆଗେଇ ଆସି ନିଜସ୍ୱ ଉଦ୍ୟମରେ ବାରିପଦା ବସଷ୍ଟାଣ୍ଡ ସମ୍ମୁଖରେ ଯାତାୟାତ କରୁଥିବା ଏବଂ ବସ ଆଉ ଟ୍ରେକର ପାଇଁ ଅପେକ୍ଷାରତ ପଥଚାରି ମାନଙ୍କୁ ଦହି ସର୍ଵତ ଓ ଜଳଜୀରା ପାଣି ବଣ୍ଟନ କରିଥିଲେ।ଯାହାକୁ ପିଇ ପଥଚାରି ମାନେ ନିଜର ତୃଷ୍ନା ମେଣ୍ଟାଇ ପାରିଥିଲେ।
ଏବଂ ଯୁବକ ମାନଙ୍କ ଏଭଳି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ସଂଜୀବ କୁମାର ରଣଜିତ,ସଂଜୀବ କୁମାର ମହାନ୍ତି,ଦୀପକ ବାବୁ,ଅଜୟ କୁମାର ପାତ୍ର,ରାଜା ଷଡଙ୍ଗୀ,ଏସପି ଅଫିସର ଲକ୍ଷ୍ମୀକାନ୍ତ ଦାସ,ସୁଦର୍ଶନ ବେହେରା,ଟୁନା ପାତ୍ର, ପ୍ରମୂଖ ସହଯୋଗର ହାତ ବଢାଇଥିଲା ବେଳେ ଆଗକୁ ଏଭଳି ଆହୁରି ଅନେକ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଯୁବଗୋଷ୍ଠୀ।