ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଆମ ରାଜ୍ୟର ପ୍ରତ୍ୟେକ କୋଣ , ଅନୁକୋଣରେ କିଛି ନା କିଛି ସ୍ଥାନୀୟ ପୂଜାପର୍ବ ପାଳନ କରାଯାଏ। ଆଉ ଏସବୁ ପୂଜାପର୍ବର ସ୍ଥାନୀୟ ବିଶେଷତ୍ଵ ଅଲଗା ଅଲଗା ରହିଛି। ଏହିପରି ଏକ ନିଆରା ଗଣପର୍ବ ପର୍ବ ହେଉଛି ପାରଳାଖେମୁଣ୍ଡିର ଗଜାମୁହାଁ I ଆଉ ଏଥିପାଇଁ ଚୈତ୍ର ମାସରେ ମଙ୍ଗଳବାରରେ ଉତ୍ସବମୁଖ ହୋଇ ଉଠେଏଠାକାର ସବୁ ଗଳି କନ୍ଦି । ବାସନ୍ତୀକ ଦୁର୍ଗାପୂଜା ସହ ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇପ ଇପଡ଼େ ଧରାପୃଷ୍ଠ Iତା’ ସହିତ ତାଳଦେଇ ପାରଳାଖେମୁଣ୍ଡି ସହର ମଧ୍ୟ ହୁଏ ଚଳଚଞ୍ଚଳ। ସାହି ସାହିରେ ବାହାରେ ରେ ଗଜାମୁହାଁ । ବସନ୍ତର ମଳୟ ସାଙ୍ଗକୁ ଶଙ୍ଖ, ହୁଳହୁଳି, ବାଦ୍ୟ, ଧ୍ୱନି ଲୋକଙ୍କ ମନରେ ଭରିଦିଏ ଏକ ଅଲଗା ଉନ୍ମାଦନା । ବାହାରେ ରହୁଥିବା ପାରଳାବାସୀ ମଧ୍ୟ ବହୁ ସଂଖ୍ୟାରେ ସାମିଲ ହୋଇଥାନ୍ତି I ବହୁ ଆବାହମାନ କାଳରୁ ପାଳିତ ହୋଇଆସୁଥିବା ଏହି ଗଜାମୁହଁ ପର୍ବରେ ଗୁଡ଼ ପାଗ ହୋଇଥିବା ଲିଆର ଏକ ବିରାଟ ମୁଁହାରେ ମା’ଙ୍କ ପ୍ରତିମାକୁ ସ୍ଥାପନ କରି ପୂଜା କରାଯାଏ। ଭକ୍ତମାନେ ଏହି ପ୍ରତିମାକୁ ଧରି ସାହି ସାହି ବୁଲି ନାଚନ୍ତି। ପ୍ରତ୍ୟେକ ଘର ଦାଣ୍ଡରେ ଗୃହିଣୀମାନେ ହଳଦି ପାଣିରେ ମୁହାଁଧାରୀଙ୍କ ଗୋଡ଼ଧୋଇ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି I
କୁହାଯାଏ ଯେ, ନଅଙ୍କ ଦୁର୍ଭିକ୍ଷ ସମୟରେ ମହାମାରୀ ଓ ଖାଦ୍ୟ ଅଭାବରୁ ତ୍ରାହି ପାଇବା ପାଇଁ ଲୋକମାନେ ମା’ କଦମ୍ବଖଣ୍ଡିଙ୍କ ଶରଣ ପସିବାରୁ ସେ ଏପରି ପୂଜା କରିବାକୁ ସ୍ଵପ୍ନାଦେଶ ଦେଇଥିଲେ। ଆଦେଶ ଅନୁଯାୟୀ ପ୍ରଥମେ କଟିକା ସାହିରେ ରେ ଏହି ଗଜାମୁହାଁ ଆରମ୍ଭ କରାଯାଇ ମା’ଙ୍କୁ ଶୀତଳ ପଣା ଦିଆଯାଇଥିଲା। ପରେ ପରେ ଆସ୍ତେ ଆସ୍ତେ ସବୁସାହିରେ ଏହି ପୂଜା ପାଳନ କରାଯାଇଥିଲା। ସହରର ଗୋପିନୀ ନୀ ସାହି, ରାଣୀ ପଦ୍ମାସାହି, ଭଣ୍ଡାରୀ ସାହି, ରାଜଦାଣ୍ଡ ସାହି, ବଡବ୍ରାହ୍ମଣ ସାହି ଇତ୍ୟାଦି ଅଞ୍ଚଳରେ ବହୁ ଧୁମଧାମ୍ରେ ଏହି ପର୍ବ ପାଳନ କରାଯାଉଛି I ପାରଳାଖେମୁଣ୍ଡିରୁ ବାହାରିଥିବା ଏହି ପର୍ବ ବର୍ତ୍ତମାନ ଧୀରେ ଧୀରେ ବାହାର ଜିଲ୍ଲା ତଥା ଜୟପୁର, ଗୁଣୁପୁର, ବ୍ରହ୍ମପୁର ଆଦି ବିଭିନ୍ନ ସ୍ଥାନକୁ ବ୍ୟାପୀ ଯାଇଛି l