ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଅସହ୍ୟ ତାତିକୁ ପୁଣି ଜଳ ସଙ୍କଟ । ଯେମିତି ଲାଗୁଛି ପୁର୍ବରୁ ପାରଳା ସହର ଉପରେ ପଡିଛି ଅଭିସାପ । ପାରଦ ରହୁଛି ୪୨ ଡିଗ୍ରି ଉପରେ । ମହେନ୍ଦ୍ର ତନୟା ନଦୀ ସୁଖିବା ସହ ପୁନର୍ରୁଦ୍ଦାର ହୋଇପାରୁନି ପୌରପରିଷଦ ଅଧିନରେ ରହିଥିବା ପୁରାତନ କୁଅଁ ଗୁଡିକ । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପାରଳାର ଜନସାଧାରଣ । ମହେନ୍ଦ୍ରତନୟାରେ ପାଣି ନଥିବା ଯୋଗୁଁ ଲୋକଙ୍କୁ ଦୁଇଦିନକୁ ଥରେ ପିଇବା ପାଣି ମିଳୁଛି । ବାହାଘରେ ସମୟରେ ବାଇଗଣ ଗଛ ଲଗାଇବା ସଦୃଷ ବିଭାଗିୟ ପକ୍ଷରୁ କିଛି ପଦକ୍ଷେପ ନେଇଥିବା ବେଳେ ଉକ୍ତ କାର୍ଯ୍ୟ କେବେ ଶେଷ ହେବ ତାହା ସମୟ ହିଁ କହିବ । ତେବେ ଜଳକଷ୍ଟ ଭୋଗୁଛନ୍ତି ପାରଳାବାସୀ । ବହୁ ଦୀନ ପିଇବା ପାଣିର ସମସ୍ୟା ରହିଥିବା ବେଳେ ଦୁରଦୃଷ୍ଟି ଅଭାବରୁ କୌଣସି ପଦକ୍ଷେପ ନେଉନାହାଁନ୍ତି ବିଭାଗୀୟ କର୍ତ୍ତୃରପକ୍ଷ ।
ବିଭିନ୍ନ ସାହିର ସାହିର ବାସିନ୍ଦା ମାନେ ଅନେକ ଥର ଅଭିଯୋଗ କରିଥିଲେ ପୁର୍ବରୁ କିନ୍ତୁ କର୍ଣ୍ଣପାତ କରିନଥିଲେ ଅଧିକାରୀ । ପାରଳା ସହର ଉପରେ ଜିଲ୍ଲାର ସମସ୍ତ ଜନସାଧାରଣ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ନିର୍ବାଚନ ସମୟ ବିଭିନ୍ନ ଦଳ ଅନେକ ରାଲି କରୁଥିବା ବେଳେ ଜନଗହଳି ପ୍ରାୟତଃ ଲାଗିରହିଥାଏ ତେବେ କୌଣସି ଦୃଢ ପଦକ୍ଷେପ ବିଭାଗୀୟ କର୍ତ୍ତୁରପକ୍ଷ ନ ନେଲେ ଆଗାମି ଦୀନରେ ଜଳ କଷ୍ଟ ସମସ୍ୟା ବ୍ୟାପକ ହେବ ବୋଲି ଅନୁମାନ କରୁଛନ୍ତି ପାରଳା ବାସୀ ।