କଟକ ( ବିପ୍ଲବୀ ପରିକ୍ରମା ):- କଟକରେ ପ୍ରଥମଥର ପାଇଁ ଖୋଲିଲା ୟୁନିସେକ୍ସ ସେଲୁନ୍ । କଟକ ଜଗତପୁର ଆଇବି ରୋଡ଼ ରେ ପ୍ରଥମ ଥର କରି ଖୋଲିଛି ଟ୍ଵୀଙ୍କିଲ୍ ପ୍ରୋଫେସନାଲ୍ ୟୁନିସେକ୍ସ ସେଲୁନ୍ । ଏହି ୟୁନିସେକ୍ସ ସେଲୁନ୍ ରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜି ଯାହା ଆପଣଙ୍କ କେଶ ଓ ତ୍ଵଚାର ସଠିକ୍ ଯତ୍ନ ନେବ । ତେବେ ଏହି ଅତ୍ୟାଧୁନିକ ୟୁନିସେକ୍ସ ସେଲୁନ୍ ରେ ଉଭୟ ପୁରୁଷ ଓ ମହିଳା ନିଜ ସୋନ୍ଦର୍ଯ୍ୟ ଅନୁସାରେ କେଶ କାଟିବା ହେଉ ବା ନିଜର ନଖ ସହ ତ୍ବଚାର ବି ଯତ୍ନ ଏଠାରେ ଉପଲବ୍ଧି ପାଇ ପାରିବେ । କେବଳ ସେତିକି ନୁହେଁ ଆଜିକାଲିର ଯୁବପିଢୀ ମାନେ ଟ୍ରେଣ୍ଡ ସାଙ୍ଗକୁ ପକେଟ୍ ଫ୍ରେଣ୍ଡଲି ସର୍ଭିସ ପାଇବେ ।
ତେବେ ଏହି ୟୁନିସେକ୍ସ ସେଲୁନ୍ ର ମାଲିକ କୁହନ୍ତି ଏହିଭଳି ୟୁନିସେକ୍ସ ସେଲୁନ୍ ଆଗରୁ ଆଖପାଖ ଅଞ୍ଚଳରେ ନ ଥିଲା । ଏହା ଖୋଲିବା ପରେ ଚୌଦ୍ଵାର, ଜଗତପୁର, କଟକ ସହର ର ଲୋକେ ଆଉ ବାହାରକୁ ଯିବେ ନାହିଁ । ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରଣ ସେଲୁନ ଅଟେ । ଅନ୍ୟପଟେ ଏହି ୟୁନିସେକ୍ସ ସେଲୁନ୍ ର ମାଲିକ ଜଣେ ମହିଳା । ଯିଏ କି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ପାଲଟିବେ ଉଦାହରଣ ।