ବିଜେଡ଼ିରେ ମିଶିଲେ କଂଗ୍ରେସ ନେତା ଓ କର୍ମୀ

0
Oplus_131072

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସର ଆଦିବାସୀ ନେତା ତଥା ଗୁମ୍ମା ସମିତି ସଭ୍ୟ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ, ପୂର୍ବତନ ପ୍ରଦେଶ କଂଗେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ବେର୍ଣ୍ଣିକ ଗମାଙ୍ଗ ଓ ତାଙ୍କ ସହଯୋଗୀ । ଆଜି ସନ୍ଧ୍ୟା ସମୟରେ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ମୂଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇ ଥିବାର କହିଛନ୍ତି । ବିଜେଡ଼ିରେ ସାମିଲ ହୋଇ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କ ଉନ୍ନତି ଲାଗି ସମ୍ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବେ ବୋଲି ନିଜ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଚଳିତ ନିର୍ବାଚନରେ ଗୁମ୍ମା ବ୍ଲକରେ ମୂଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନା ବିଷୟରେ ପ୍ରଚାର ପ୍ରସାର କରି ବିପୁଳ ମାତ୍ରାରେ ସମର୍ଥନ କରିବେ ବୋଲି ଦୃଢକ୍ତି ରଖିଛନ୍ତି । ପ୍ରକାଶ ଯେ, ବେର୍ଣ୍ଣିକ ଗମାଙ୍ଗ ଆଦିବାସୀ ବ୍ଲକ ଗୁମ୍ମାର ଜଣେ ଆଗ ଧାଡିର ନେତା । ପୂର୍ବରୁ ସେ ଗୁମ୍ମା ବ୍ଲକର ଉପାଧ୍ୟକ୍ଷ ଓ ବର୍ତ୍ତମାନ ସମିତି ସଭ୍ୟ ଅଛନ୍ତି । ଆଜି ଅଞ୍ଚଳର ବିକାଶ ତଥା ଆଦିବାସୀଙ୍କ ଉନ୍ନତି ନିମନ୍ତେ ବିଜୁ ଜନତାଦଳରେ ଯୋଗ ଦେଇଥିବାର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କେ. ସୂର୍ୟା ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here