ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶାର ପ୍ରତ୍ୟେକ ଘରେ ଆଳୁକୁ ଏକ ମୁଖ୍ୟ ପରିବା ଭାବରେ ନିଆଯାଏ ଏବଂ ଆଳୁ ବିନା ଯେକୌଣସି ତିଅଣ ଅଧା ଅଧୁରା ମନେ ହୁଏ l ଆଉ ଏବେ ଏହି ଆଳୁ ପାଇଁ ପୁରା ରାଜ୍ୟ ଚିନ୍ତାରେ l ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।